STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

କଥୋପକଥନ

କଥୋପକଥନ

1 min
15


ପରସ୍ପର ସହ କହିବା ସମୟେ

   କ'ଣ କ'ଣ ହେଉଅଛି

କେଉଁ କୌଶଳକୁ ଅତି ସହଜରେ

   ଶିକ୍ଷାର୍ଥୀ ହିଁ ପାଉଅଛି।

ପ୍ରଥମେ ସୂଚନା ଆଉ ପ୍ରତିକ୍ରିୟା

   ତର୍କ କରିବାକୁ ହୁଏ

କେବେ ପୁଣି ସେହି କଥାକୁ ନିଶ୍ଚୟ

   ଦୋହରାଇ ଦେଇ ଥାଏ।

ପ୍ରତିକ୍ରିୟା ସହ ନୂଆନୁଆ ଶବ୍ଦ 

   ଜାଣନ୍ତି କଥାବାର୍ତ୍ତାରୁ

ଜଗତରେ ଯେତେ ମଣିଷ ଅଛନ୍ତି

   ମୌଖିକ କଥା ଭାଷାରୁ।

କେବେ ପୁଣି ହାୟ ଅନୁମାନ କରି

   କହିବା ହୁଅଇ ଏଠି

ପୂର୍ବର ସେ ଜ୍ଞାନ ବ୍ୟବହାର ହୁଏ

   ନିଷ୍ପତି ଥାଏ ଯେଉଁଠି।

ନିଷ୍କର୍ଷରେ ଯାଇ ପହଞ୍ଚିବା ପାଇଁ

   କୌଶଳେ କଥନ ହେବା

ତେବେ ଯାଇ ସିନା ଜଗତ ଭିତରେ

   ସବୁ କାମ ହାତେଇବା।


   


Rate this content
Log in

Similar oriya poem from Abstract