Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Premalata Giri

Classics

3  

Premalata Giri

Classics

କଥିତଭାଷା ଓଲିଖିତ ଭାଷା

କଥିତଭାଷା ଓଲିଖିତ ଭାଷା

1 min
215



କେତେଯେ କଥିତ ଭାଷା ରହିଅଛି

  ସାକ୍ଷୀରେ ଗାଁ ଗାଉଁଲି

 ଗାଧୁଆତୁଠର ଟାହିଟାପରାରୁ

  ସାଂଗସାଥିଙ୍କର କଳି। 

ଢଗ ଢମାଳୀରୁ କଥାର ଆରମ୍ଭ 

  ବୋଲି ଭାଷାର ବର୍ଣ୍ଣଳୀ

ଚଷାଭାଇ ଗୀତ ବହୁତ ସୁନ୍ଦର

   ଡାକଇ ଘାଟେନାଉରୀ। 

ଉଡେ ଗେଣ୍ଡାଳିଆ ଝାଡିଦେଇପର

    କାନ୍ଦେ ରାଜାଝିଅ ବସି

କନିଆ ଦଶାରେ ବର ତିରିଶାରେ 

  କାନ୍ଦର ଲହରୀ ଶିଖି। 

କଥିତ ଭାଷାର ସ୍ୱର ଆପଣାର

 ଅନ୍ତର୍ଗତ ଭାବଭରି

ନଥିଲାକଲମ କିବା କଳ କାଳୀ

  ମୁହଁ କଥାର କାହାଣୀ। 

ଲିଖିତଭାଷାଟି ପୁସ୍ତଜୀୟ ଅଟେ

  ବାକ୍ଯରଣ ଶୁଦ୍ଧି ହୋଇ

ସ୍ୱର ବ୍ୟଞ୍ଜନ ର ସ୍ୱାଦକୁ ଆବୋରୀ

 ପକାଏ ଭାଷାର ହୁରୀ। 

ତାଳପତ୍ର ପୋଥି ପ୍ରଥମ ଲିଖିତ

   ଭାଷା ସଂସ୍କୃତି କୁ ବୋହି

ସଂସ୍କୃତ ଭାଷାରୁ ଉଦ୍ଧ୍ରୁତ ଓଡିଆ

  ଲିଖିତ ଭାଷାର ପାଇଁ। 

ପ୍ରଥମ ସ୍ଥାପିତ ମୁଦ୍ରଣର କଳ

  କଟକର ମିଶନାରୀ

ସ୍ୱାଧିନତାପରେ ବିକାଶ ଘଟିଲା

 ଲେଖା ପଢାର ମାଧୁରୀ। 



Rate this content
Log in

Similar oriya poem from Classics