Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Classics Inspirational

3  

Ajit Kumar Raut

Classics Inspirational

ଅଶ୍ରୁପୂର୍ଣ ଚକ୍ଷୁ

ଅଶ୍ରୁପୂର୍ଣ ଚକ୍ଷୁ

1 min
249



ସବୁ ବେଳେ ଚିନ୍ତା ପଦ ଯୁଗଳରେ


ଅଶ୍ରୁପୂର୍ଣ ହୁଏ ଚକ୍ଷୁ,


ଚକ୍ଷୁ ଖୋଜୁ ଅଛି ତତେ ହିଁ କାଳିଆ

 

ଅଶ୍ରୁପୂର୍ଣ ନୋହୁଁ ଚକ୍ଷୁ।୧।


ଚିନ୍ତି ଚିନ୍ତି ମନ ଅସ୍ଥିର ହେଉଛି


ଭାଗ୍ୟହିଁ ନାହିଁଟି ମୋର,


କେତେ ପାପ ମୁହିଁ ଅର୍ଜି ଅଛି ଏଠି


ମନରେ ନାହିଟି ମୋର।୨।


ଜୀବନ ଦେଇଛୁ ସତ୍ୟବାଟ ପାଇଁ


ସତ୍ୟପଥଗାମୀ ମୁହିଁ,


ଶକ୍ତି ଦେଇ ଅଛ କର୍ମପଥ ପାଇଁ


ନିସ୍ବାର୍ଥର କର୍ମେ ମୁହିଁ।୩।


ଜ୍ଞାନ ଦେଇ ଅଛ ଧର୍ମପଥ ପାଇଁ


ଧର୍ମପଥଗାମୀ ମୁହିଁ,


ଯେଉଁ ଉଦ୍ଦେଶ୍ୟରେ ଜନ୍ମଟି ମୋହର


କର୍ତ୍ତ୍ୟବପଥରେ ମୁହିଁ।୪।


ଜନକଲ୍ୟାଣରେ ଅର୍ପଣ ଜୀବନ


ନିତ୍ୟେ ମୁହିଁ କରୁ ଅଛି,


ସମଭାବ ମନ୍ତ୍ର ଜୀବନ ଦର୍ପଣ


ନିତ୍ୟେ ମୁହିଁ ରଖୁ ଅଛି।୫।


ତଥାପି କାହିଁକି ପାପି ନେତ୍ରେ ମୋର


ଅଶ୍ରୁ ଧାର ବହୁ ଅଛି,


ନିରନ୍ତର ହୁଏ ଜୀବନ ଆତୁର


ଏପରି କିମ୍ପା ହେଉଛି।୬।


ଜ୍ଞାନ କର୍ମ ଭକ୍ତି ନିସ୍ବାର୍ଥର ପ୍ରେମେ


ଜଡ଼ିତ କରହେ ପ୍ରଭୁ,


ଅଶ୍ରୁ ଧାର ମୋର ପବିତ୍ର କରହେ


ଦର୍ଶନ ଦେଇଣ ପ୍ରଭୁ।୮।


ଜୀବନରେ ଆଶା ତୁହି ହିଁ ଭରସା


ଜୀବନ ଆଧାର ତୁହି,


ଆଖି ମେଲି ଦେଲେ ପବିତ୍ର ହୋଇବି


ଜୀବନ ଅସ୍ତିତ୍ଵ ତୁହି।୯।


ସବୁ ବେଳେ ଚିନ୍ତା ପଦ ଯୁଗଳରେ


ଅଶ୍ରୁପୂର୍ଣ ହୁଏ ଚକ୍ଷୁ,


ଚକ୍ଷୁ ଖୋଜୁ ଅଛି ତତେ ହିଁ କାଳିଆ


 ଅଶ୍ରୁପୂର୍ଣ ନୋହୁଁ ଚକ୍ଷୁ।୧୦।


Rate this content
Log in

Similar oriya poem from Classics