STORYMIRROR

JITENDRA CHANDRA SAHOO

Classics

4  

JITENDRA CHANDRA SAHOO

Classics

ବାପା

ବାପା

1 min
372


ତୁମେ ମୋ ଆୟୁଷ, ଆୟୁଧ

ତୁମେ ଜୀବନର ରେଖା

ତୁମ ବିନା ମୋର କାୟା ଅସମ୍ଭବ

ମୋ ଜୀବନ ସଳିତା ଶିଖା ।

ତୁମେ ମୋ ସାହସ, ଉଲ୍ଲାସ

ତୁମ ପାଇଁ ମୁଁ ବିଜେତା

ତୁମେ ବିଦ୍ୟା, ବୁଦ୍ଧି, କଳା, କଉଶଳ

ଜୀବନ ସମୁଦ୍ର ଦିଶା ।

ତୁମ ଆକାଶର ମୁକ୍ତ ବିହଙ୍ଗ

ରଖି ନାହଁ ସୀମା ରେଖା

ତୁମେ ମୋ କୁବେର ଶବ୍ଦ ଭଣ୍ଡାରର

ଅଭାବର ନାହିଁ ଦେଖା

ବାପା ଅଭାବର ନାହିଁ ଦେଖା ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics