STORYMIRROR

Prafulla Chandra Mishra

Classics Inspirational

4  

Prafulla Chandra Mishra

Classics Inspirational

ବ୍ୟାସକବି ସ୍ମରଣେ

ବ୍ୟାସକବି ସ୍ମରଣେ

1 min
273


ମୁକୁଟ ବିହୀନ ସମ୍ରାଟ ସାହିତ୍ୟ ରାଜ୍ୟ ରେ ଫକିର ମୋହନ

ସାହିତ୍ୟ ଆକାଶ ଅନ୍ୟ ଏକ ଜହ୍ନ ରୁପ ଯା ଜାଜ୍ଜଲ୍ୟମାନ

ଦିବ୍ୟ ଦୈବି ଚେତନାର

ଅମୃତ ପ୍ରବାହେ ଝରଇ ଓଡ଼ିଆ ସାହିତ୍ୟ ଜାହ୍ନବୀ ‌ଧାର ।।


କୃତ୍ତି ସମ୍ଭାରରେ ସମୃଦ୍ଧ ଶାଳୀନି ଭାରତୀ ବିଦ୍ୟା ଭବନ

ଘନ ତମିସ୍ରାର ନିରନ୍ଧ୍ର ନିରବ କାଳ କୁ କରି ଦଳନ

ଆଲୋକ ଦୀପ୍ତି ପସରା

ପ୍ରବାହେ ଆଜ୍ଞାନ ତିମିର ବିଧ୍ଵଂସୀ ପ୍ରଭାତ ମୟୂଖ ଧାରା ।।


ଓଡିଆ ଜାତିର ଭାଷା ସାହିତ୍ୟର ପ୍ରଜ୍ଞାମୟ ମହାପୁରୁଷ

ସମାଜ ସଂସ୍କାର ନାରୀ ଶିକ୍ଷାତ୍ଵର ପ୍ରଚାର ପ୍ରସାର ବିକାଶ

ଗଳ୍ପ ଗୀତ ଛଳେ ତୁମେ

ଚେତାଇ ଦେଉଛ ସମାଜ ସେପାଇଁ ସଦା ରଖିଥିବ ମନେ ।।


ଅମ୍ଳାନ ପୁରୁଷ ଶଦ୍ଦ ବ୍ରହ୍ମ ରସ ରଚି ରମ୍ୟ ଉପବନେ

ଫୁଟାଇଣ ଭାଷା ପାରିଜାତ ତାକୁ ଗୁନ୍ଥିଲ ବଡ ଜତନେ

ସରସ୍ଵତୀ ଗଳେ “ମାଳା

କରି” ଲମ୍ଵାଇଲ ଅମଉଳା ରାଜେ ନକ୍ଷତ୍ର କି ଗ୍ରହ ତାରା ।।


ବିପ୍ଳବୀ ସଂଗ୍ରାମୀ ଗୁଣୀ ଜ୍ଞାନୀ ମାନୀ ଅଳଙ୍କାରେ ଅଳଙ୍କୃତ

ବିଭୁ ବିଭୁତି ରେ ହୋଇ ବିଭୁଷିତ ଉଡ଼ାଇ ସାହିତ୍ୟ ନେତେ

ବ୍ରହ୍ମଲୀନେ ବି ଅମର

ତୁମେ ତୁମ ଗ୍ରନ୍ଥ ଓଡ଼ିଆ ସାହିତ୍ୟ ମଣ୍ଡେ ବିଶ୍ଵ ଦରବାର ।।


ସଂକ୍ରାନ୍ତି ରେ ଜନ୍ମ ମହାପ୍ରୟାଣ ବି ତେଣୁ ସଂକ୍ରାନ୍ତି ପୁରୁଷ

ମକର ପର୍ବର ମହାମିଳନରେ ଦେବ ଲୋକୁ ତୁମ ପ୍ରବେଶ

ସାହିତ୍ୟ ଆକାଶେ ଆସିନ

ମର୍ତ୍ତ୍ୟେ ରଚିଗଲ ଅମର କୀରତି କରେ ପୁଷ୍ପାଞ୍ଜଳୀ ଅର୍ପଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics