STORYMIRROR

Binata Mohanta

Classics

4  

Binata Mohanta

Classics

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
351

ଦେବୀ ସରସ୍ଵତୀ ଜ୍ଞାନ ପ୍ରଦାୟିନୀ

     ନମସ୍ୟ ମାଗୋ ଚିନ୍ମୟୀ ଜନନୀ

ଯୁଗଯୁଗରୁ ଜଗତ କରୁଛି ବନ୍ଦନ

     ଆଦ୍ୟ ବସନ୍ତର ପଞ୍ଚମୀ ତିଥି ଦିନ ।। 


ସର୍ବ ଜ୍ଞାନର ତୁମେ ଯେ ଅଧିକାରିଣୀ

    ଛାତ୍ର ସମାଜେ ପୂଜିତ ସର୍ବାଗ୍ରେ ଦେବୀ ବିଣାପାଣି

ନବ ବସନ୍ତର ପରିବେଶ ସୁମୋହନ

  ଶିକ୍ଷାନୁଷ୍ଠାନ ସମସ୍ତ ମାତାଙ୍କୁ କରନ୍ତି ଆବାହନ ।। 


 ଶିଶିର ଶିକ୍ତା ଧରିତ୍ରୀ ରାଣୀ ହୋଇଛି ସୁସଜ୍ଜିତା

    ନବ ପୁଷ୍ପ ଖେଳି କୋଳେ ଦିଶଇ ସଞ୍ଜିବିତା

 ବାଡିବଗିଚାରୁ ଶୁଭୁଚି ମୁର୍ଚ୍ଛନା ମଧୁକରର ମଧୁଗୁଞ୍ଜନ

     ସୁନ୍ଦର ରୂପେ ସଜାଇ କରିଛି ଧରାବତରଣ ।। 


 ଦେବୀଙ୍କ ସ୍ବାଗତେ ଉତ୍ସାହ,ଉମଙ୍ଗେ ପ୍ରସନ୍ନ ବିଦ୍ୟାର୍ଥି ଗଣ

    ଆବାହନ ନିମନ୍ତେ ପରିଷ୍କାର କରିଛନ୍ତି ପୁଣି ପ୍ରାଙ୍ଗଣ

 ମାତାଙ୍କ ଉଦ୍ଦେଶ୍ୟେ ମଣ୍ଡପ ସାଜିଛି ପତ୍ରପୁଷ୍ପ ନାନା ବର୍ଣ୍ଣ

   ସୁସଜ୍ଜିତ ଆସ୍ଥାନେ ବାଗ୍ ଦେବୀଙ୍କୁ କରନ୍ତି ପୁଣି ସ୍ଥାପନ ।। 


ଶ୍ଳୋକ ଉଚ୍ଚାରଣେ,ମନ୍ତ୍ରପାଠେ ଭକ୍ତି ମୟ ହୁଏ ବାତାବରଣ

   ହୋମ ଅଗ୍ନି ବର୍ତ୍ତିକାରେ ଚତୁର୍ଦିଗ ହୁଏ ଦୀପ୍ତିମାନ

ପୁଷ୍ପ ଧରି ହସ୍ତେ ଦେବୀଙ୍କୁ ସଭିଏଁ ପୁଷ୍ପାଞ୍ଜଳି କରୁ ଅର୍ପଣ

   ବିଦ୍ୟାର ଆଶିଷ କାମନା କରି ଦେବୀଙ୍କୁ କରୁ ପ୍ରଣାମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics