STORYMIRROR

Ajit Kumar Raut

Classics Inspirational

4  

Ajit Kumar Raut

Classics Inspirational

ପବିତ୍ର ଭାରତ ଭୂମି

ପବିତ୍ର ଭାରତ ଭୂମି

1 min
514


ଯେଉଁ ଦେଶେ ଜନ୍ମ ପ୍ରଭୁ କୃଷ୍ଣ ରାମ

   ଏହୁତ ଭାରତ ଭୂମି

କର୍ତ୍ତବ୍ୟେ ଜଡ଼ିତ କର୍ମ ଜ୍ଞାନ ପଥ

   ଧର୍ମ ଭକ୍ତି ପ୍ରେମ ଭୂମି।


ଗୀତରେ ବର୍ଣ୍ଣିତ କୃଷ୍ଣଙ୍କର ବାଣୀ

   କହି ଥିଲେ ଅର୍ଜୁନକୁ

ସେହୁ ବାଣୀ ଏବେ ମନୁଷ୍ୟ କର୍ତ୍ତବ୍ୟେ

   କର୍ମପଥେ ରହିବାକୁ।


ସତ୍ୟ ଜ୍ଞାନ ଧର୍ମ ଗୀତାର ମାଧ୍ୟମେ

  ଦେଇଥିଲେ ଅର୍ଜୁନକୁ

କର୍ମ ବିନୁ ବୃଥା ମନୁଷ୍ୟ ଜୀବନ

  କହିଥିଲେ ଅର୍ଜୁନକୁ।


ନିଜର ବୋଲି କିଛି ନଭାବ ମନରେ

  ନୁହେଁ ଟି କେହୁ କାହାରି

ଅଧର୍ମ ପକ୍ଷରେ ଥିଲେ ହିଁ କର୍ମରେ

  ବିନାଶ ନିଶ୍ଚେ ତାଙ୍କରି।


ମାୟା ମୋହେ ପଡ଼ି ନହୁଅ ଆତୁର

  ହୁଅ କର୍ମପଥେ ଠିଆ 

କର୍ତ୍ତବ୍ୟ ତୋହରି ଯୁଦ୍ଧ କର ଏବେ

  ଧର୍ମ ପକ୍ଷେ ହୁଅ ଠିଆ।


ଜନ୍ମ ମୃତ ନୁହେଁ ମନୁଷ୍ୟ ଆୟତେ

  ଆତ୍ମା ଅବିନାଶୀ ଏହୁ

ପିଣ୍ଡ ଛାଡି ଯାଏ ଅନ୍ୟର ପିଣ୍ଡକୁ

  କଟୁ ବଚନଟି ଏହୁ।


ଭାଗ୍ୟବାନ ଅତି ଏ ଭାରତ ଭୂମି

  କଥା ପୌରାଣିକ ଏଠି

ପ୍ରଭୁଙ୍କର ଜନ୍ମ ପବିତ୍ର ଭୂମିରେ

  ମନ୍ତ୍ର ସମଭାବ ଏଠି।


ପ୍ରଭୁ ଉପଦେଶ ଘେନିଣ ଅର୍ଜୁନ

  ଲାଗିଥିଲେ ଯୁଦ୍ଧକର୍ମେ 

ଧର୍ମ ଯୁଦ୍ଧେ ଜୟୀ ହୋଇଲେ ପାଣ୍ଡବେ

  ଥିଲେ ସଦା ଧର୍ମକର୍ମେ।


ଅଧର୍ମରେ ଥିଲେ ଧୃତରାଷ୍ଟ୍ର ପୁତ୍ରେ

  ବିନାଶ ତାଙ୍କରି ହେଲା

ଧର୍ମର ସ୍ଥାପନା କଲେ ଚକ୍ରଧାରୀ

  ପାଣ୍ଡବେ ବିଜୟ ହେଲା।


ଗୀତା ପାଠ ଅଟେ ପ୍ରଭୁଙ୍କର ବାଣୀ

  ମନୁଷ୍ୟ କର୍ତ୍ତବ୍ୟ ଯହିଁ

କର୍ମଯୋଗୀ ସର୍ବେ ଗୀତର ମନ୍ତ୍ରରେ

  ଜ୍ଞାନ ପ୍ରାପ୍ତ ହୁଏ ତହିଁ।


ଧର୍ମ ସନାତନ ଅଟେ ଗୀତା ବାଣୀ

  ହିନ୍ଦୁଙ୍କର ଧର୍ମ ଶାସ୍ତ୍ର

ଶିକ୍ଷା ଦିଏ ସେହୁ କର୍ମର ମହତ୍ତ୍ଵ

  କର୍ମ ଜ୍ଞାନ ଏହୁ ଶାସ୍ତ୍ର।


ସତ୍ୟପଥ ଦିଏ କର୍ମର ନିମନ୍ତେ

  ଧର୍ମ ଭକ୍ତି ପ୍ରେମ ଶାସ୍ତ୍ର,

ସାହସ ସଞ୍ଚାର କରେଟି ହୃଦୟେ

  ପ୍ରଭୁଙ୍କ ପବିତ୍ର ଶାସ୍ତ୍ର।


ସମଭାବ ମନ୍ତ୍ର ଆଣେ ହୃଦୟରେ

  ଜଗତ କଲ୍ୟାଣ ପାଇଁ,

ବିଶ୍ବ ଗୁରୁ ମନ୍ତ୍ର ରହିଛି ଗୀତରେ

  ଜନତା ସୁରକ୍ଷା ପାଇଁ।


ଗୀତାର ବଚନ ସଂସ୍କୃତି ରାଷ୍ଟ୍ରର

   ପ୍ରଭୁଙ୍କ ବଚନ ଶାସ୍ତ୍ର

କର୍ମପଥେ ରୁହେ ପବିତ୍ର ଭାରତ

   ରଖି ଅଛି ଜ୍ଞାନ ଶାସ୍ତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics