STORYMIRROR

Gangotri Priyadarshini

Abstract Classics Others

3  

Gangotri Priyadarshini

Abstract Classics Others

ଅବ୍ୟକ୍ତ ଅନୁଭବ ୨ୟ ଦିନ

ଅବ୍ୟକ୍ତ ଅନୁଭବ ୨ୟ ଦିନ

1 min
161


ଆଜି ଦିନ ରାତି କିଛି ଭଲ ଲାଗୁନି

ତୁମେ ଏତେ ଦୂରରେ 

ସମୟର ଧିର ପଦପାତ

ସମୟରେ ନିଷ୍କ୍ରିୟତା ର ବାସ୍ନା

କିଛି କରି ପାରୁନି ତୁମ ପାଇଁ 


ମାେ ବିବଶତା ଈଶ୍ବରଙ୍କ ବ୍ୟତୀତ 

କେହି ବୁଝି ପାରିବେନି

ଯେବେ ଦେଖୁଛି ଶିଶୁର ମୁହଁ

ମନ ଭିତରେ କୋହ ର ଝଡ

ମାନସିକ ସ୍ଥିତି କୁ ଦୃଢ଼ ରଖିବା କଣ ଏତେ ସହଜ


ନିଜ ଆୟତ୍ତ ରେ କିଛି ନଥାଏ

ମନ କିଛି ସାନ୍ତ୍ଵନା ଶୁଣିବାକୁ ନାରାଜ

ସମ୍ଭବ ହୁଅନ୍ତା କି

ଧସେଇ ପଶନ୍ତି ତୁମ ଗୃହ ବନ୍ଦୀ ଜୀବନକୁ

କୋଳେଇ ନିଅନ୍ତି ତୁମ ପ୍ରତିଟି ଦୁଃଖ କଷ୍ଟ ଯନ୍ତ୍ରଣା


ନିଜେ ସାମ୍ନା ନକଲା ଯାଏ

ବୁଝି ହୁଏନି ଅନ୍ୟର ଅସହ୍ୟ ବେଦନା

ଆଜି ମୁଁ ଠିକ୍ ବୁଝୁଛି ସମୟ କେତେ ନିଷ୍ଠୁର

ସତରେ ଅତି ଦୁଃସହ ପରିସ୍ଥିତି ବର୍ତ୍ତମାନ ସମୟରେ ।


କେତେ ଦିନ ମନକୁ ବୁଝେଇ ହେବ

କେମିତି ସହି ପାରନ୍ତି ଯୋଦ୍ଧା ମାନେ 

ସବୁ ଆଖି ଦେଖା ଦୃଶ୍ୟକୁ ସହି ଯାଆନ୍ତି 

ଛାତିକୁ ପଥର କରି

ଲୁହ କୋହ ଜମାଟ ବାନ୍ଧି ରହି ଯାଏ 

ହୃଦୟର କେଉଁ ଏକ ନୀରବ କୋଣରେ ।


ଆହୁରି ଅନେକ ଦିନର ଭୟାବହତା

ସବୁ ଡାକ ଚାରି କାନ୍ଥ ଭିତରେ ନିଷ୍ଫଳ ହେଇ ଯାଉଛି

ସେଇ ଅଦୃଶ୍ୟ ଈଶ୍ୱର ତୁମ ସହ, ମାେ ସହ

ଦୁନିଆର ସମସ୍ତଙ୍କ ସହ ରହିବେ

ନିଶ୍ଚୟ ଦିନେ ଯନ୍ତ୍ରଣା ଲାଘବ ହେବ

ସମୟ ବଦଳିବ ,ଅପେକ୍ଷା କରିବା ।


ତୁମେ ଫେରିଲେ ଦୁଃଖ ସୁଖ ବାଣ୍ଟିବା

ସାଥି ହୋଇ ହାତ ଧରି ମୁକ୍ତ ନିଶ୍ବାସ ସହ

କିଛି ବାଟ ହସି ହସି ଚାଲିବା

ତୁମେ ଫେରିବ ,ମାେ ପାଇଁ ଫେରିବ

କଥା ଦେଉଛି ସାଥି ମୋର ତୁମ ପାଇଁ ଅପେକ୍ଷା କରିବି ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract