STORYMIRROR

Banalaxmi Mohanty

Classics

3  

Banalaxmi Mohanty

Classics

ବର୍ଷା

ବର୍ଷା

1 min
161

 

ଗ୍ରୀଷମର ଦାଉ 

     ସରିଯାଇଛିରେ

ଆସିଅଛି ଏଵେ

    ବରଷା  ରାଣୀ  ।।


ଧରା ଵୁକୁ ଆଜି

    ପୁଲକିତ ହୁଏ

ପାଇ ଟୋପି ଟୋପି

     ବରଷା ପାଣି   ।।


ଜୀବ ଜଗତ ଯେ, 

    ହେଲେ ଆନନ୍ଦିତ

ଶୀତଳ କୋମଳ

    ପରଶ ପାଇ    ।।


ଚାଷ କାମ ପାଇଁ 

   ଚଷା ଯାଏ କ୍ଷେତ

ଆନନ୍ଦ କହିଲେ

   ସରି ନୁ଼ହଁଇ     ।।


ଵେଙ୍ଗ ଵେଙ୍ଗୁଲୀଙ୍କ

    କେଁ ଏଁ କଟର

ସାଧାଵ ବୋହୂର

    ଚାଲି ସଧୀର   ।।


ଘାସର ସବୁଜ 

    ଗାଲିଚା  ପରେ

ଟୋପା,ଟୋପା ପାଣି

    ମୁକୁତା ଝରେ   ।।


ଚେଇଁ ଉଠେ ସଵୁ

    ଗଛ ପତର

ଚାତକ ପାଇଲା 

     ଆକାଶୁ ନୀର  ।।


ଗଡିଆ ,ପୋଖରୀ

    ଜଳରେ ପୁରିଲା

ଜଳ ଜୀବ  ସଵୃ

    ସୁଖେ ଅଧୀର     ।।


ମେଘ, ଘଡଘଡି 

    ଵିଜୁଳି ହହିତ

ଆସିଥାଉ ତୁ ଲୋ

   ରୋଷଣୀ  କରି   ।।


ପାଣି ଭାର ସାଥେ

    ଆଣି ଥାଉ ପରା

ଜୀବ ଜଗ ରେ

   ଦେଉ ଵିତରି।     ।।


ପ୍ରାଣୀଙ୍କର ତୁହି

    ପରାଣ ମିତ

ତୋ ପାଇଁ ଜିଇଛି

   ଜୀବ ଜଗତ       ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics