Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Classics

3  

Aishwarya Mishra

Classics

କାଳିଆ ପାଖକୁ ଚିଠି

କାଳିଆ ପାଖକୁ ଚିଠି

1 min
209


କାଳିଆରେ !

କେତେ ଦିନରୁ ଭାବୁଥିଲି

ତୋ' ପାଖକୁ ଲେଖିବି ଚିଠି ଖଣ୍ଡିଏ,

ଭାବି ଭାବି 

ଆଜି ଆରମ୍ଭ କରିଲି ଲେଖା,

ଚିଠିରେ ପଚାରିବିନି ତୋତେ ,

କେମିତି ଅଛୁ ବୋଲି ,,,


ମୁଁ ପରା ପିଲାଟି ଦିନରୁ ଦେଖିଆସୁଛି,

ତୁ ଭକ୍ତ ବିନୋଦିଆ ଭାବଗ୍ରାହୀ ,

ଭକ୍ତମାନେ ତୋ' ପାଖକୁ ନ ଗଲେ

ବିଳପି ଉଠେ ତୋ' ହୃଦୟ,


ଆଉ ଏ ତାଲାବନ୍ଦ କାଳରେ

ତୁ ବି ତ ବନ୍ଦୀ ,

ବିନା ଭକତରେ କାହାକୁ କହୁଥିବୁ !

ତୋ ମନର କଥା,

ତୋ ହୃଦୟର ବ୍ୟଥା ,


ସେ ଯାହା ବି ହେଉ

ତୁ ଟିକେ ବି ମନ ଦୁଃଖ କରନା,

ଆଗକୁ ତୋ' ରଥାଯାତ୍ରା ଆସୁଛି 

ବୁଲିଯିବୁ ପରା ଜନ୍ମ-ବେଦୀକୁ,

କ'ଣ ସବୁ ସଜବାଜ ସରିଲାଣି ତ !


ତୋ ମନ କ'ଣ ଦୁଃଖ କି ?

ଏଇ ରଥରେ ବି 

ତୋ' ଭକ୍ତମାନେ ଆସିବେନି ବୋଲି,


ତୁ ପରା ,

କୋଟି କୋଟି ଭକ୍ତଙ୍କ ପ୍ରାଣର ଦେବତା,

ତୋ ହୃଦୟରେ 

ସବୁବେଳେ ରୁହନ୍ତି ଭକ୍ତମାନେ ,


କହିଲୁ ଦେଖି ,

ଦଇତାମାନେ ତୋ' ଦେହେ ,

ଘସି-ମାଜି ନ ହେଲେ 

ଟିକେ ଟାହିଆ ନ ଛିଣ୍ଡିଲେ,

ଶ୍ରୀ ଅଧରେ ମୃଦୁ-ମନ୍ଦ ହସ ,

ଦେଖା ନ ଗଲେ ,


କେଉଁ ଓଡ଼ିଆଙ୍କୁ ,

ରାତିରେ ନିଦ ହେବ କହିଲୁ ,

ସଂସାରରେ ଯାହା ହେଉ ଜଗା ,

ତୁ ଏମିତି ହିଁ ହସୁଥା ,


କୋଟି ପ୍ରାଣର ଦେବତା ସାଜି ,

ବଡ଼ଦାଣ୍ଡରେ ଏମିତି ହିଁ ପ୍ରତିବର୍ଷ

ଗଡୁଥାଉ ତୋ' ନନ୍ଦିଘୋଷ ,,


Rate this content
Log in

Similar oriya poem from Classics