ଅନୁତପ୍ତ
ଅନୁତପ୍ତ
ଚକ ଘୁରୁଥାଏ ଅଖ ଘୁରୁଥାଏ
ଘୁରି ପଡୁଥାଏ ପହି
ସଂସାର ମଧ୍ୟରେ ଘର କରିଥିଲେ
ଜୀବନରେ ତ୍ରୁଟି ହୋଇ l
ମନ ଚଞ୍ଚଳ ରେ ବୁଦ୍ଧି ଭ୍ରଷ୍ଟ ହୁଏ
ବୁଝି ସୁଝି ନ ପାରଇ
ମନର ଆବେଗେ ଜୀବନ ଯାତ୍ରାରେ
ଭୁଲ୍ ମାତର କରଇ l
ଜୀବନେ ଭୁଲ୍ ସୁଧାର ହୁଅଇ
ପଶ୍ଚାତାପରେ ବଦଳି
ନିମିଷ ମାତ୍ରକ ଭୁଲ୍ ପାଇଁକି
ଜୀବନରେ ପୋଡି ଜଳି l
ଚାଲୁ ଚାଲୁ ବାଟେ ଜାଣି ବା ନ
ଜାଣି କେବେ ଅବା ତ୍ରୁଟି ହୁଏ
କେବେ ବା କ୍ରୋଧରେ କେବେ
ବିବଶରେ ବିଚାର ବୁଦ୍ଧି ହରାଏ l
ଜଣାନ୍ତେ ହେଉ ବା ଅଜାଣତେ ହେଉ
ହୁଏ ଯେବେ ଅପରାଧ
ଏକଇ ବିକଳ୍ପ ଶାସ୍ତି ହୁଏ ତାର
ଆସେ ଯେବେ ଅନୁତାପ l
ଅନୁତାପ ଅଟେ ସୁଶୀତଳ ଜଳ
ଚିନ୍ତାଗ୍ନୀ ଯାଏ ଲିଭି
ଅନୁତାପ କରି ଭୁଲ୍ ନ ସୁଧାରେ
କଷ୍ଟେ ମରେ ଚିନ୍ତି ଭାବି l
ଅନୁତାପ ପରା ହୃଦୟ ଦସଂଇ
ବଞ୍ଚି ରହି କାଳେ ଯୁଗେ
ଚିନ୍ତା ଖାଇ ସ୍ୱାସ୍ଥ୍ୟ ହୁଅଇ ଅବଶ
ଶାରୀରିକ ରୋଗ ଭୋଗେ l
ଅନୁତାପ କଲେ ଜୀବନେ
ମିଳଇ ଶିକ୍ଷା ସଠିକ ରାସ୍ତା
ଅବଶୋଷ କରି ଶାନ୍ତି ଲଭିବାକୁ
ବାଛଇ ନିଜର ପନ୍ଥା l
ବୁଝି ବିଚାରି ସବୁ କାମ କଲେ
ନ ହେବ ଯେପରି ତ୍ରୁଟି
ଭଦ୍ର ବ୍ୟବହାର ଆଚାର ବିଚାର
ଦୟା କ୍ଷମାର ସମଷ୍ଟି l
ରାଜା ଦଶରଥ ଶବ୍ଦବାଣ ଭେଦି
ଶ୍ରବଣେ ହତ୍ୟା କରିଲେ
ଅନୁତାପେ ଅନ୍ଧ ମୁନି ଅଭିଶାପେ
ପୁତ୍ର ଶୋକେ ମରିଗଲେ l
ବୈମାତା କୈକେୟୀ କ୍ରୋଧ
ସମାଯାୟି ଇଛି ରାମ ବନବାସ
ଅନୁତାପାନଳେ ଝାସି ମାତା
ପିତା ଦଶରଥ ସ୍ବର୍ଗବାସ l
ଭରତ ବଂଶୀ ରାଜା ଶାନ୍ତନୁ
ବିଭୋର ପ୍ରେମାଶକ୍ତରେ
ପୁତ୍ର ଦେବବ୍ରତ ଭୀଷ୍ମ ପ୍ରତିଜ୍ଞାରେ
ଅନୁତାପ ବିକ୍ଷୋଭରେ l
ବିବସନା କ୍ରିଷ୍ଣା କୁରୁସଭା ସ୍ଥଳେ
ଭୀଷ୍ମ ହୋଇଣ ବିବଶ
ଜଳି ଅନୁତାପେ ନୀରବ ସନ୍ତାପେ
ହେଲା କୁରୁବଂଶ ଧ୍ଵଂସ l
ଅନୁତାପ ପରା ହୃଦୟ ଦହଇ
ସତ୍ୟ ବଞ୍ଚେ ଯୁଗେ ଯୁଗେ
ଦୟା କ୍ଷମା ସ୍ନେହ ହୃଦୟ ଶୀତଳ
ବ୍ୟବହାର କର ଆଗେ l
ଯେତେଦିନ ଥିବା ସଂସାରେ ଜୀବନେ
ସୁକର୍ମ କରୁଥିବା
ମନର ଆବେଗ ସଞ୍ଜତ କରିଣ ଆନନ୍ଦ
ଫଳ ଲଭିବା l
ଯା ମନ ଯେପରି କାର୍ୟ ଟି ସେପରି
ଫଳ ମିଳେ ଅନୁରୂପେ
ଉଚ୍ଚ ମନା ଉଚ୍ଚ ଫଳଟି ଲଭଇ ନୀଚ
ମନ ପାଏ ବିଷ l