STORYMIRROR

Biswanath Nayak

Abstract Others

3  

Biswanath Nayak

Abstract Others

କଥା

କଥା

1 min
290


କହିଦେବା କଥା

ଆସେନାହିଁ ଫେରି

ବହିଗଲା ପାଣି ପରି,

ଲକ୍ଷ୍ୟଭେଦୀ ଶର

ତୁଣୀର ମଧ୍ୟକୁ

ଯେପରି ଆସେନା ଫେରି। 

ଜଳ ସିନା ଯାଇ

ସାଗରରେ ମିଶେ

ଫେରିବା ବାଟ ନଥାଏ,

କହିବା କଥାର

ପରିଣାମ କିନ୍ତୁ

ପାଖେ ଫେରି ଆସିଥାଏ। 

ମଧୁର ବଚନ

ଆସିଥାଏ ଫେରି

ଧରି ସ୍ନେହ ପ୍ରେମ ରୂପ,

କର୍କଶ ବଚନ

ଫେରିଆସେ ଆଣି

ଅସନ୍ତୋଷ ଅଭିଶାପ। 

ମିଠା କଥା ପଦେ

କିଣି ନେଇପାରେ

ସବୁ ପ୍ରାଣୀଙ୍କର ମନ,

ପଥର ପରାୟ

ଶତୃର ହୃଦୟ

ତରଳେ ହିମ ଯେସନ। 

କର୍କଶ ବଚନ

ଜାଳେ ଅନ୍ୟ ମନେ

ଅଶାନ୍ତିର ଦାବାନଳ,

ଝିମିଟି ଖେଳରୁ

ଭାରତ ପରାୟେ

ସୃଷ୍ଟି ହୁଏ ହଳାହଳ। 

କଥାର ସମ୍ମାନ

ରଖେ ଯେଉଁ ପ୍ରାଣୀ

କଥା ରଖେ ତାର ମାନ,

କଥା ଦେଇ ଯଦି

ହୁଏନାହିଁ ରଖି

କଥା ପାଏ ଅପମାନ। 

କଥାଟି ଅଟଇ

ଶବ୍ଦ ବ୍ରହ୍ମ ଯେଣୁ

ସତ୍ୟ କେବଳ ତା ରୂପ,

ଅସତ୍ୟ ବଚନ

ବ୍ରହ୍ମ ଅପମାନ

କିଣିଥାଏ ଖାଲି ପାପ। 

ତେଣୁ କଥା ପଦେ

କହିବା ଆଗରୁ

ଚିନ୍ତା କର ଶହେବାର,

ସତ୍ୟ ଓ ମଧୁର

କଥା କହି ପାଅ

ବିନାମୂଲ୍ୟେ ଉପହାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract