କଥା ତ ଏତିକି
କଥା ତ ଏତିକି
ଦଣ୍ଡେ ରହି ଯା ରେ ସମୟ
ବିକ୍ଷିପ୍ତ ଜୀବନକୁ ସାଉଁଟି ନିଏ,
କସରତ ଦଣ୍ଡର ଦୁଇ ପାଖେ ଟାଙ୍ଗୀ ଦେଇ
ଚାଲିବାକୁ ହୁଏ ଅହରହ,
କଥା ସବୁ ସାଧାରଣ
ସେଇ ମାଟି ରୁ ଚାରା
ଆଗେ ଗଛ ନା ଫଳ
ଆଗେ ସ୍ତ୍ରୀ ନା ପୁରୁଷ
ଆଗେ ଦିନ ନା ରାତି ;
ସେ ତର୍ଜମା ଆଜିବି ସବୁଜ
ଏବେବି ଉତ୍ତର ଅପେକ୍ଷାରେ ।
ରେ ଜୀବନ
କେମିତିକା ଚିଜ ଟିଏ ତୁ
ତୋତେ ବୁଝିଛି କିଏ
ସେ ଏକ ଅସମାହିତ ପ୍ରଶ୍ନ
ଜୀବନ ...ଲମ୍ବା ଏକ ରାଜପଥ
ଏନ୍ତୁଡ଼ିଶାଳ ରୁ ଶ୍ମାଶନ ଯାଏ
ପରୀକ୍ଷାରେ ଭରପୁର
ଏକ ଢାଲୁ ଉପତ୍ୟକା
ମୁଁ... ତୁ ଆଉ ସେ... ର ଭଉଁରି
ରେ ଛନ୍ଦା ପରା ଜୀବନ
ସାତତଳ ପଙ୍କ ଭିତର ଫରୁଆରେ
ବନ୍ଦ ସେ ଜୀବନ ଚାବି
ଅଦୃଶ୍ୟ ସେ ଇଙ୍ଗିତ
କାହ ନିର୍ଦେଶରେ ଚାଲୁଥାଏ
ଅହରହ ଚିରନ୍ତନ
ବିନା ଯୋଜନା ଆଉ ବିନା ସୂଚନାରେ
