STORYMIRROR

ମିତା ପଟନାୟକ

Abstract Others

3  

ମିତା ପଟନାୟକ

Abstract Others

କଥା ତ ଏତିକି

କଥା ତ ଏତିକି

1 min
12K


ଦଣ୍ଡେ ରହି ଯା ରେ ସମୟ

ବିକ୍ଷିପ୍ତ ଜୀବନକୁ ସାଉଁଟି ନିଏ,

କସରତ ଦଣ୍ଡର ଦୁଇ ପାଖେ ଟାଙ୍ଗୀ ଦେଇ

ଚାଲିବାକୁ ହୁଏ ଅହରହ,

କଥା ସବୁ ସାଧାରଣ 

ସେଇ ମାଟି ରୁ ଚାରା 

ଆଗେ ଗଛ ନା ଫଳ 

ଆଗେ ସ୍ତ୍ରୀ ନା ପୁରୁଷ 

ଆଗେ ଦିନ ନା ରାତି ;

 ସେ ତର୍ଜମା ଆଜିବି ସବୁଜ 

ଏବେବି ଉତ୍ତର ଅପେକ୍ଷାରେ ।


ରେ ଜୀବନ 

କେମିତିକା ଚିଜ ଟିଏ ତୁ 

ତୋତେ ବୁଝିଛି କିଏ 

ସେ ଏକ ଅସମାହିତ ପ୍ରଶ୍ନ 

ଜୀବନ ...ଲମ୍ବା ଏକ ରାଜପଥ 

ଏନ୍ତୁଡ଼ିଶାଳ ରୁ ଶ୍ମାଶନ ଯାଏ 

ପରୀକ୍ଷାରେ ଭରପୁର 

ଏକ ଢାଲୁ ଉପତ୍ୟକା 


ମୁଁ... ତୁ ଆଉ ସେ... ର ଭଉଁରି 

ରେ ଛନ୍ଦା ପରା ଜୀବନ 

ସାତତଳ ପଙ୍କ ଭିତର ଫରୁଆରେ 

ବନ୍ଦ ସେ ଜୀବନ ଚାବି 

ଅଦୃଶ୍ୟ ସେ ଇଙ୍ଗିତ 

କାହ ନିର୍ଦେଶରେ ଚାଲୁଥାଏ 

ଅହରହ ଚିରନ୍ତନ 

ବିନା ଯୋଜନା ଆଉ ବିନା ସୂଚନାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract