STORYMIRROR

SUJATA DAS

Romance

3  

SUJATA DAS

Romance

କଥା,,,,, ହୃଦୟର

କଥା,,,,, ହୃଦୟର

1 min
175

ହସିବା କେବେଠୁ ଭୁଲି ମୁଁ ଯାଇଛି

    ହସୁଛି ତଥାପି ମିଛେ

ଲୁହକୁ କରିଛି ଆଖିର ଗହଣା

    ଲୁଚାଇ ପଲକ  ପଛେ.

ଗାଇବା କେବେଠୁ ଛାଡି ମୁଁ ଦେଇଛି

    ସାତ ସୁରେ ଛନ୍ଦ ତୋଳି

ବ୍ୟଥା କୁ କରିଛି ହୃଦ ଅଳଙ୍କାର

    ଲାଲିମା ର ରଙ୍ଗ ବୋଳି.

ଲେଖିବା କେବେଠୁ ଛାଡି ମୁଁ ଦେଇଛି

   ଶବ୍ଦର ଫୁଲକୁ ଗୁନ୍ଥି

ଭାବିବା କେବେଠୁ ଭୁଲି ମୁଁ ଯାଇଛି

   ସଜାଇ ସପନ ପେନ୍ଥି.

ଜିଁଇ ବା କେବେଠୁ ଛାଡି ମୁଁ ଦେଇଛି

   ଲୋଭ ମୋହ ମାୟା ନେଇ

ହଜିବା କେବେଠୁ ଛାଡି ମୁଁ ଦେଇଛି

   ରାତିର ପଣତ ଡେଇଁ.

ଜୀବନ ମୋ ପାଇଁ ଅଭିଶପ୍ତ ଏକ

   ଦୀର୍ଘ ମରୁର ପଥ

ପ୍ରତି ମୁହୂର୍ତ୍ତରେ ଦଗ୍ଧଭୂତ ହୁଏ

   ହୃଦୟ ରୁକୁଣା  ରଥ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance