କଥା,,,,, ହୃଦୟର
କଥା,,,,, ହୃଦୟର
ହସିବା କେବେଠୁ ଭୁଲି ମୁଁ ଯାଇଛି
ହସୁଛି ତଥାପି ମିଛେ
ଲୁହକୁ କରିଛି ଆଖିର ଗହଣା
ଲୁଚାଇ ପଲକ ପଛେ.
ଗାଇବା କେବେଠୁ ଛାଡି ମୁଁ ଦେଇଛି
ସାତ ସୁରେ ଛନ୍ଦ ତୋଳି
ବ୍ୟଥା କୁ କରିଛି ହୃଦ ଅଳଙ୍କାର
ଲାଲିମା ର ରଙ୍ଗ ବୋଳି.
ଲେଖିବା କେବେଠୁ ଛାଡି ମୁଁ ଦେଇଛି
ଶବ୍ଦର ଫୁଲକୁ ଗୁନ୍ଥି
ଭାବିବା କେବେଠୁ ଭୁଲି ମୁଁ ଯାଇଛି
ସଜାଇ ସପନ ପେନ୍ଥି.
ଜିଁଇ ବା କେବେଠୁ ଛାଡି ମୁଁ ଦେଇଛି
ଲୋଭ ମୋହ ମାୟା ନେଇ
ହଜିବା କେବେଠୁ ଛାଡି ମୁଁ ଦେଇଛି
ରାତିର ପଣତ ଡେଇଁ.
ଜୀବନ ମୋ ପାଇଁ ଅଭିଶପ୍ତ ଏକ
ଦୀର୍ଘ ମରୁର ପଥ
ପ୍ରତି ମୁହୂର୍ତ୍ତରେ ଦଗ୍ଧଭୂତ ହୁଏ
ହୃଦୟ ରୁକୁଣା ରଥ.