STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କସ୍ତୁରୀର ଗନ୍ଧ

କସ୍ତୁରୀର ଗନ୍ଧ

1 min
240


ଚାରି ଦିଗ ଆଜି *କସ୍ତୁରୀର* ଗନ୍ଧ

    ସୁଗନ୍ଧିତ ମାତୄଭୂମି

ମୋଦିରୂପେ ନେତା ଆବିର୍ଭାବଯହିଁ

    ହୁଏ ସୁସଜ୍ଜିତ ଭୂମି ।


ନାହିଁ ଭୟ ଏଠି ନ୍ୟାୟର ଶାସନ

   ଜନହିତ ହେଉଅଛି,

ଅଛନ୍ତି ଖୁସିରେ ସମସ୍ତ ଜନତା

  ଭେଦଭାବ ନାହିଁକିଛି ।


ଗରୀବ ଘରର ଛୁଆ ପରା ମୋଦି

  ଦେଶ ହିତେ ଲାଗିଛନ୍ତି

ଗରୀବ କଲ୍ୟାଣେ ବିକାଶ ଯୋଜନା

  ଦେଶ ପାଇଁ ଆଣୁ ଛନ୍ତି ।


ଯାହାସେ କହନ୍ତି ପୂରଣ କରନ୍ତି

   ଗର୍ବିତ କରନ୍ତି ଦେଶ

ଶାନ୍ତିର ପତକା ବିଶ୍ବେ ଗାଡୁଛନ୍ତି

   ହୋଇଟି ଅତି ହରଷ ।


ଆତ୍ମନିର୍ଭରକୁ ମନ୍ତ୍ର କରିଛନ୍ତି      

  ହେଉ ବିକଶିତ ଦେଶ

ଭରି ରହି ଥାଉ ଆତ୍ମବିଶ୍ୱାସରେ

  ହେଉଟି ରାଷ୍ଟ୍ର ବିକାଶ ।


ଗାଆଁ ମଧ୍ୟ ଆଜି ଉନ୍ନତି କରୁଛି

  ଦୀର୍ଘ ବର୍ଷ ପରେ ଏବେ

ଅମୃତ ତୁଲ୍ୟ ଟି ସମୟ ଆସିଛି

  ମନ୍ତ୍ର ନି ସ୍ବା ର୍ଥ ର ଭବେ ।


ବିଶ୍ବଗୁରୁ ପରି ଗୁଞ୍ଜୁଛି ସୁନାମ

  ଅମୃତ କାଳ ଆସିଛି

ରାମରାଜ୍ୟ ପରି ଶାସନ ଦେଶର

  ସବୁ କ୍ଷେତ୍ରେ ଦିଶୁଛି ।


ପ୍ରେମ ପ୍ରୀତି ଭକ୍ତି ଧର୍ମ ସମଭାବ

  ସଂସ୍କୃତି ଅଟେ ଦେଶର

ହରେ କୃଷ୍ଣ ରାମ ଗୁଞ୍ଜୁଛି ରାଷ୍ଟ୍ରରେ

  ଭକ୍ତିର ହୁଏ ଅଙ୍କୁର ।


ଶାନ୍ତିର ବାର୍ତ୍ତାଟି ଦେଉଛି ବିଶ୍ବକୁ

  ଯୁଦ୍ଧ ନକରହେ ଭାଇ

ମିତ୍ରତା ପଣରେ ଜଡ଼ିତ ରୁହହେ

  କର୍ତ୍ତବ୍ୟେ ଭୂଷିତ ହୋଇ ।


Rate this content
Log in

Similar oriya poem from Abstract