STORYMIRROR

Harekrushna Deb Sahoo

Fantasy Inspirational Children

4  

Harekrushna Deb Sahoo

Fantasy Inspirational Children

କ୍ଷୁଦ୍ରଶିଖା

କ୍ଷୁଦ୍ରଶିଖା

1 min
207

ଦୀପଶିଖା ଟିଏ କର ମହାପ୍ରଭୁ 

ଦୀପଶିଖା ଟିଏ କର,

ଅଗଣାରେ ତୁମ୍ଭ ଜଳିବି ପ୍ରଭୁହେ! 

ହୋଇ ଟିକି ତାରାଫୁଲ ।୧


ଆକାଶ ରାଇଜେ ହସୁଥିବି ପ୍ରଭୁ 

ଖିଲି ଖିଲି ହସ ମୋର, 

ଝରି ପଡୁଥିବ ସ୍ବର୍ଗୀୟ କାନନୁ 

ହୋଇ ପାରିଜାତ ଫୁଲ।୨


ଅଗଣିତ ତାରା ଗଗନ ମଣ୍ଡଳେ 

ମୁହିଁ ଛୋଟ ତାରାଫୁଲ, 

ଅକାଳେ ସକାଳେ ଝଡି ଗଲେ ପ୍ରଭୁ 

ହେବି ତୁମ୍ଭ ଗଳାହାର ।୩


ସତ୍ ଗୁଣ ବହି ଦୀପଶିଖା ଟିଏ 

ଅନ୍ଧକାର କରେ ନାଶ, 

ଅସତ୍ ଗଣରେ ସଂସାରେ ଜନମେ 

ମଣିଷ ମନରେ ବିଶ। ୪


ମନ୍ଦଗୁଣେ ଜଳେ ମଣିଷ ପ୍ରଭୁ ହେ! 

ଶରୀର ହୁଏ ପାଉଁଶ, 

ମହତ ଗୁଣରେ ମହତ ପଣରେ

ଶିଶୁ ମନେ ଖେଳେ ହଶ। ୫


ଟିକି ଫୁଲ ଟିକି ତାରାର ପ୍ରକାଶ 

ଭରିଦିଅ ମୋର ପ୍ରାଣେ, 

ଟିକି ହାତ ଟିକି ଅଗଣାରେ ମୋର

ଭରିଦିଅ ମଧୁ କ୍ଷଣେ।୬


କମଳ ବିକଶେ ତପନ ପ୍ରକାଶେ

ଶୈଶବ ହୃଦୟ ବନେ, 

ସେହି ସମ ମୁହିଁ ଫୁଟି ପଡୁଥିବି 

କୋଟି ଜନଗଣ ପ୍ରାଣେ। ୭


Rate this content
Log in

Similar oriya poem from Fantasy