STORYMIRROR

Bijay Prusty

Fantasy

4  

Bijay Prusty

Fantasy

ଯୁଗେ ଯୁଗେ ପରଂବ୍ରହ୍ମ

ଯୁଗେ ଯୁଗେ ପରଂବ୍ରହ୍ମ

1 min
948


ତ୍ରେତୟାରେ ତୁମେ ମର୍ଯ୍ୟାଦା ପୁରୁଷ

ଦଶରଥ ସୁତ ରାମ

ଚଳନୀ ଚରିତ୍ର ଶିଖାଇବା ପାଇଁ

ନେଇଥିଲ ନର ଜନ୍ମ I


ଦୁଷ୍ଟ ଅସୁରଙ୍କୁ ନିଧନ କରିଲ

କପିଙ୍କୁ କରିଲ ମିତ୍ର

ଆଚରଣେ ତୁମେ ଶିଖାଇଲ ଜନେ

ସଂସାର ଜୀବନ ସୁତ୍ର I


ଦ୍ୱାପରରେ ତୁମେ ମଥୁରା ନଗରୀ

କାରାଗରେ ଜନ୍ମ ନେଇ

ଗୋପପୁରେ ତୁମ ଲୀଳା ପ୍ରକାଶିଲ

ଯଶୋଦା ନନ୍ଦନ ହୋଇ I


ରାକ୍ଷାସ କୂଳର ବିନାଶ କରିଲ

କଂସ କୁ କଲ ନିପାତ

ମହାଭାରତର ମହାନାୟକ ହେ

ଘେନ କୋଟି ଦଣ୍ଡବତ I


କଳିଯୁଗେ ତୁମେ ଦାରୁବ୍ରହ୍ମ ରୂପେ

ଶ୍ରୀକ୍ଷେତ୍ରେ ପାଉଛ ପୂଜା

ତୁମ ଭୋଗ ପାଇଁ ଛତିଶା ନିଯୋଗ

ଷାଠିଏ ପଉଟି ଖଞ୍ଜା I


ପତିତପାବନ ବାନା ଉଡାଉଛ

ବଢାଇ ଅଭୟ ହସ୍ତ

ଶ୍ରୀପୁରୁଷୋତ୍ତମେ ଜଗତର ନାଥ

ଘେନ ମୋର ପ୍ରଣିପାତ I

    


Rate this content
Log in

Similar oriya poem from Fantasy