STORYMIRROR

Bijay Prusty

Fantasy

4  

Bijay Prusty

Fantasy

ଦରଶନ ଦିଅ କଳା ଠାକୁର

ଦରଶନ ଦିଅ କଳା ଠାକୁର

1 min
323


ତୁମ ଦରଶନ ଖୋଜିଲାଣି ମନ

ଦେହ ଖୋଜିଲାଣି ମଶାଣି ଭୂଇଁ

ଏଇଠି ମୁଣ୍ଡିଆ ମାରୁଛି ସାଆନ୍ତେ 

କୃପାନେତ୍ରେ ଟିକେ ଦିଅ ଅନେଇ I


ଯାଇ ପାରୁନାହିଁ ତବ ପୂଣ୍ୟଧାମ

ଅବସ ହେଲାଣି ମୋ ପାଦ ହାତ

ଆଖି ବୁଜିଦେଲେ ମୋ ଆଗରେ ଟିକେ

ଠିଆ ହୋଇଯିବ ଜଗତନାଥ I


ନିର୍ମାଲ୍ୟ ଟିକିଏ ସାଇତି ରଖିଛି

ଜୀବ ଗଲାବେଳେ ପାଟିରେ ଦେବି

କରୁଣା ନେତ୍ରରେ ଚାହିଁଦେବ ଯଦି

ତୁମ ସ୍ୱର୍ଗଦ୍ୱାରେ ସ୍ଥାନ ପାଇବି I


ଜୀବନଟା ମୋର ଖୁସିରେ କଟିଛି

ତୁମରି ଦୟାରେ ଚାଲିଛି ବାଟ

ଅବସୋସ କିଛି ନାହିଁ ମନେ ମୋର

ସରି ଆସିଲାଣି ସଂସାର ହାଟ I


ତୁମରି ପାଖରୁ ଆସିଥିଲି ପ୍ରଭୁ

ତୁମରି ପାଖକୁ ଯିବି ମୁଁ ଫେରି

ସବୁ ତୁମେ ମୋତେ ଦେଇଛ ଗୋସେଇଁ

ତୁମପାଇଁ କିଛି ପାରିନି କରି I


ତଥାପି ମନରେ ଭୟ ନାହିଁ ମୋର

ଛାଇପରି ପାଖେ ରହିଛ ତୁମେ

ପତିତ ପାବନ ପ୍ରଣିପାତ ଘେନ

ବାନ୍ଧି ରଖିଥାଅ ତୁମରି ପ୍ରେମେ I

   


Rate this content
Log in

Similar oriya poem from Fantasy