କ୍ଷୁଧାସୁର
କ୍ଷୁଧାସୁର
କ୍ଷୁଧାସୁର କେବେ ଛାଡିନି କାହାକୁ,
ସଂଘର୍ଷ ଏଠି ଭୋକ ର ଅନଳେ,
କିଛିଟା ମୁହୂର୍ତ୍ତ ବଞ୍ଚି ରହିବାକୁ ।
ବ୍ୟସ୍ତ ଏ ଜୀବନେ କେଉଁ ଏକ କୋଣେ,
କାନ ଯେବେ ଶୁଣେ ଆର୍ତ୍ତ ଚିତ୍କାର,
ଦେଖେ ପୁଣି ଯାଇ ଚିତ୍କାର ର ଉତ୍ସ
ଏକ କଙ୍କାଳ ସାର କ୍ଷୀଣ ଶରୀର,
ସେତେବେଳେ କହେ ମୋ ମନ
ଆଉଥରେ ନିଜକୁ ବିଶ୍ଳେଷଣ କରିବାକୁ
କ୍ଷୁଧାସୁର କେବେ ଛାଡିନି କାହାକୁ,
ସଂଘର୍ଷ ଏଠି ଭୋକ ର ଅନଳେ,
କିଛିଟା ମୁହୂର୍ତ୍ତ ବଞ୍ଚି ରହିବାକୁ ।
କ୍ଷୁଧାସୁର ଏକା ସେଇ ଦାନବ ଯାହା
ମଣିଷ କୁ ଅମଣିଷ କରାଏ,
ଲାଗେ ଯେମିତି ସେ କିଛି କ୍ଷଣ ମଧ୍ୟରେ
ସାରିଦେବ ପୃଥିବୀ ଟା ଯାକ ଖାଦ୍ୟ ଭଣ୍ଡାର
କାରଣ ସେ କ୍ଷୁଧାସୁର ।
ଏକ ଅଚିହ୍ନା ହାତରେ , ଛାତି କୁ ପଥର କରେ
କେବଳ ଏ କ୍ଷୁଧାସୁର ପାଇଁ,
ଯେବେ ମା ବିକି ଦିଏ ପ୍ରାଣ ପ୍ରିୟ ଶିଶୁ କୁ
ସେତେବେଳେ ମୋ ମନ କହେ
କ୍ଷୁଧାସୁର କେବେ ଛାଡିନି କାହାକୁ,
ସଂଘର୍ଷ ଏଠି ଭୋକ ର ଅନଳେ,
କିଛିଟା ମୁହୂର୍ତ୍ତ ବଞ୍ଚି ରହିବାକୁ ।
