କଷ୍ଟ
କଷ୍ଟ
ଆତ୍ମହରା ହୋଇ ଧନକୁ ଦେଖିଲି,
ଧନ ତ ରହିଲା ନାହିଁ !
ଏଠି ସବୁ ମିଛ, ଏଠି ସବୁ ପ୍ରତାରଣା
ହେଲେ ଜାଣିତ ହେବନି ଭାଇ !
ସେହି ଖାଲେ ଯାଇ, ମଣିଷ ପଶଇ,
ମିଛ କୁ ଆଦରି ନେଇ !
ଏଠି ସବୁ ଚାଲି ଯିବ, ରହିବ ନାହିଁ କିଛି !
ହେଲେ ରହିଯିବ ଖାଲି ତୁମ ଯଶ, କୀର୍ତ୍ତି !
ତୁମ ପରେ ଥିବ ଖଟ, ଘର, ଛାତ, ଝରକା, କବାଟ
ଆଉ ଚାରି ଦିନର କିଛି ସାଉକିନିଆ ଜିନିଷ !
ହେଲେ କାହିଁ ବା ବୁଝିବ, ମଣିଷର ସେହି ଚାପ !
ଏଠି ବୟସ ରୁହେନି, ନା ରହିବ ତୁମ ରୂପ !
ହେଲେ ମଣିଷ ବଞ୍ଚିବା ଯାଏ, ପାଇ ଥାଏ ବଡ କଷ୍ଟ !
ଦୁଃଖ ଭରା ଏହି ସଂସାର, ସେଥିରେ ବହୁତ କଷ୍ଟ !
ବାଳୁତ ବୟସେ ବିଦ୍ୟା ନେଇ କଷ୍ଟ !
ଯୌବନେ ପ୍ରେମ ଆଉ ରୋଜଗାର ନେଇ କଷ୍ଟ !
ହେଲେ ବୁଦ୍ଧ ବୟସରେ ସଞ୍ଚି ଥିବା କିଛି,ଧନକୁ
ନେଇ ଭୋକିଲା ପେଟରେ ଦେଇଦିଅ ତୁମେ ହସ !
ଯାହା ରହିଯିବ ଏଠି, ତୁମ ଯଶ, ମାନ, କୀର୍ତ୍ତି, ପୁଣ୍ୟ !
ସେହି ପଛରେ ପଡ଼ି ଜୀବନକୁ କରିଦିଅ ଧନ୍ୟ !
