କ୍ଷତାକ୍ତ
କ୍ଷତାକ୍ତ
ମଣିଷ କ୍ଷତାକ୍ତ
ସେତେବେଳେ ହୁଏ
ଯେତେବେଳେ ତା'ର ହୃଦୟ ବିଗଳିତ ହୁଏ
ଶରୀର ରେ କେବେ କ୍ଷତ ହେଲେ
ସମୟ ର ଧାରା ରେ ସେ କ୍ଷତାକ୍ତ ସ୍ଥାନ ଲିଭିଯାଏ
କିନ୍ତୁ
ମଣିଷ ମନ ଓ ହୃଦୟ ରେ କ୍ଷତ ସୃଷ୍ଟି ହେଲେ
ସେ କ୍ଷତ ଶୁଖିଯାଏ
କିନ୍ତୁ ଦାଗ ଆଜୀବନ ରହିଯାଏ
ଆଉ ସେହି ହୃଦୟ ରେ କ୍ଷତ ସୃଷ୍ଟି ର କାରଣ
କୌଣସି ଅସ୍ତ୍ର କି କୌଣସି ବଡ଼ ଆୟୁଧ ନୁହଁ
ତାହା ହେଉଛି ବ୍ୟବହାର
ନିଜର ବ୍ୟବହାର ସହ ମନୁଷ୍ୟ ର ବାଣୀ ସମ୍ପୃକ୍ତ
ତେଣୁ ବାଣୀ କୁ ଅମୂଲ୍ୟ କୁହାଯାଏ
ଯାହାର ମୂଲ୍ୟ କୁ କଳନା କରିହୁଏନା
ତାହା ତ ଅମୂଲ୍ୟ
କୁହାଯାଏ ମୁଖରୁ ନିସୃତ ଶବ୍ଦ କେତେବେଳେ
ସ୍ନେହ,ପ୍ରେମ ର ଝରଣା ସୃଷ୍ଟି ବେଳେ
କେତେବେଳେ ଅଦୃଶ୍ୟ ଛୁରୀଟିଏ ହୋଇ
ଅନ୍ତର କୁ ବିଦାରି ଦିଏ
ତେଣୁ ମୁଖରୁ ବଚନ ପ୍ରକାଶ ବେଳେ
ଚେଷ୍ଟାକର ସେହି ନିସୃତ ଶବ୍ଦ
କାହା ମନରେ ଦୁଃଖର ସାଗର ସୃଷ୍ଟି ନ କରି
ହୃଦୟ ରେ ଅମୀୟ ପରଷୁ
ତେବେ ହିଁ ହୃଦୟ
କ୍ଷତାକ୍ତ ହେବ ନାହିଁ