କ୍ଷତାକ୍ତ
କ୍ଷତାକ୍ତ
କାହିଁକି ଅନେଇଚ ଡବଡବ କରି
ଏ ପରଦା ତଳ ମାଂସ କୁ
ଆଉ ଅଛିଯେ ଚୋବେଇବ
ଯେତକ ସାଇତି ରଖିଥିଲି ସବୁତ
ଇଞ୍ଚ ଇଞ୍ଚ କରି ଟାଣିନେଲ
ଗୋଡଠାରୁ ଛାତିଯାଏ ,
ହେଲେ ଏବେ ଟିକେ ବଞ୍ଚିବାକୁ ଦିଅ
ବଖାଣି ବିନି ତୁମ ଗୁଣ ସମାଜ ଆଗେ
ମୋ ଅବୈଧ ସନ୍ତାନର ବାପା କିଏ ବୋଲି
ଧର୍ମ ଘଟ କରିବିନି ତମ ଦାଣ୍ଡ ଆଗେ
ମୋ ରକ୍ତ ପିଇଲା ବେଳେ ତମମାନଙ୍କର
ଥରେ ମନେପଡିଲାନି ତମ ଘରର
ମା, ଭଉଣୀ, ସ୍ତ୍ରୀ, ଝିଅ କଥା
ସେମାନେ ବି ତ ମୋ ଭଳି ଜଣେଜଣେ ନାରୀ
ତାହେଲେ ତାଙ୍କ ମାନ୍ସ ପ୍ରତି ତମ ଲୋଭ ବଳିଲାନି କେମିତି
ହେଲେ ସେ ଅନ୍ଧାର ଘରେ
ମୋ ଦେହର ସାଇତା ସମ୍ପତ୍ତିକୁ
ଭାଗ ଭାଗ କରି ଚାରି ଭାଗ ବାଣ୍ଟି ନେଲ ।
ଆଉ ଆଜି ପୁଣି ଲୋଭେଇଚ
ଏ କ୍ଷତ ଶରୀରକୁ
ହେଲେ ଆଜି ଏ ନାରୀ ଦୁର୍ବଳା ନୁହେଁ
ନର ଭକ୍ଷୀ ରାକ୍ଷସୀ ପାଲଟିଚି
ପାରୁଚ ଯଦି ଆଖି ଫେରାଅ
ନହେଲେ ଏ ଆଖିରୁ ବାହାରୁଥିବା ନିଆଁରେ
ତମେମାନେ ସବୁ ଅଙ୍ଗାର ପାଲଟି ଯିବ ।
