କ୍ଷତାକ୍ତ ଅଧର
କ୍ଷତାକ୍ତ ଅଧର
ଲାଜରେ ସେଦିନ ସରମି ଯାଇଥିଲା,
ଗାଢ଼ ଅନ୍ଧାର ରାତିଟା,
ଭାବୁଥିଲା ହସିଦେଵ ଫିକ କିନା,
ହେଲେ ନାଁ,
ଏ ସବୁ ଲାଗି ନଥିଲା ଅନୁମତି,
କାଳେ କିଏ କଣ ଭାବିବ ?
ନୂଆ ନୂଆ ଘର ପ୍ରବେଶ,
ନୂଆ ଏକ ଭିନ୍ନ ଦୁନିଆଁ,
ଗୋଟେ ସମ୍ପର୍କର ଇତିତ,
ଆଉ ଗୋଟେର ଆୟମାରମ୍ଭ,
ସମ୍ପର୍କର ଶ୍ରୀଗଣେଶ କରୁ କରୁ,
ଏତେ ସବୁ ଗହନ କଥା ।
ଏ ସବୁ କଣ ନୂଆ ସମ୍ପର୍କର ପରିଭାଷା,
କେମିତି ନିଜକୁ ସମ୍ପର୍ପି ଦେବାକୁ ପଡେ,
ନୂଆ ଏକ ମନ ପାଖରେ,
ଏଠି ବିଶ୍ୱାସ ଅବା ଅବିଶ୍ୱାସର ପ୍ରଶ୍ନ ଉଠେନା,
କେହି ବି ସାହସ କରି ଉଠାନ୍ତିନି ଏ ଜିଜ୍ଞାସା କୁ,
ମନ ତଳ ନିଆଁକୁ ମନ ତଳେ ମାରିବାକୁ ପଡେ,
କିଛି ଲୋକ ଲାଜରେ ,
କିଛି ନୂଆ ସମ୍ପର୍କର ସଂଜ୍ଞା ଖୋଜୁ ଖୋଜୁ ।
କେତେ ଥର କିଏ ବି ପ୍ରଶ୍ନ କରେ,
ଏମିତି କେମିତି ?
ହେଲେ ଉତ୍ତର ସବୁଥର ପରି ଏକା,
ଦୁଇଟି ମନର ମିଳନରେ ସୁନ୍ଦର ଏ ଦୁନିଆ,
ଏଇତ ଭାଗ୍ୟ,
ସୀମାନ୍ତରେ ସିନ୍ଦୁର, ହାତରେ ଶଙ୍ଖା,
ପାଦରେ ଝୁଣ୍ଟିଆ ,
ଆଉ କଣ ଯେ ଲୋଡ଼ା !
ତଥାପି ମନ ବୁଝେନି ଠିକସେ,
ବେଳେ ବେଳେ ବିଦ୍ରୋହୀ ହୁଏ,
ସୁଖର ସଂସାର ଆରମ୍ଭ ପୂର୍ବରୁ ସୃଷ୍ଟି ହୁଏ ଝଡ଼,
ତୁମ୍ବୀ ତୋଫାନର ହଟଚମକରେ ,
ସମ୍ପର୍କ ହୁଏ କ୍ଷତିଗ୍ରସ୍ତ ।
ତାହେଲେ କଣ ଟିକେ ଭୁଲ ହୋଇଗଲା ?
ସମସ୍ତେ ଯାହା କରନ୍ତି ,
ସେୟା ହିଁ କରିବାର ଥିଲା !
ଚୁପ ଚାପ ପାଗଳ ଭଅଁର କୁ ଦେଇଥାନ୍ତି ଅନୁମତି,
ମନଇଚ୍ଛା ଫୁଲରୁ ମଧୁତକ ହରିନେବାକୁ,
ଆଉ ଫୁଲ ପଡ଼ିଥାନ୍ତା ବଗିଚାର କୋଉ ଏକ କୋଣରେ ,
ନିର୍ଜୀବ ନିସ୍ତେଜ ହୋଇ,
ଖାଲି ଉପରକୁ ଯାହା କ୍ଷତ ଅଧରକୁ ଦେଖାଇ,
ତାର କଣ ଖୁସିହେବାର ଥିଲା,
ପ୍ରଣୟର ପ୍ରୟାସରେ ଭ୍ରମରର ମଧୁର ଦଂଶନରେ,
କ୍ଷତ ଅଧରକୁ ରକ୍ତରଂଜିତ କରି,
ମୁଂହକୁ ଟେକିଥାନ୍ତା ଲାଜରେ ସରମି ସରମି ।

