STORYMIRROR

Balaram Sethi

Abstract

4  

Balaram Sethi

Abstract

କ୍ଷମତା

କ୍ଷମତା

1 min
365

ସାଙ୍ଗ ତ ସାଙ୍ଗ  ଏମିତି ସାଙ୍ଗ

      ତା ପରି କେହି ନାହିଁ

   ତା ହାତ ଧରି  ଚାଲି ଶିଖିଲେ

     କେଉଁଠି ହାରିବ ନାହିଁ ।


   କାମ ବେଳରେ  କାମ କରିବ

     ଖେଳ ବେଳରେ ଖେଳ

   ପାଠ ବେଳରେ  ପାଠ ପଢ଼ିବ

     ମିଳି ମିଶିକି ଚଳ ।


   କାନ୍ଥରେ ଟଙ୍ଗା  ହାତରେ ବନ୍ଧା

       ନାମ ଟି ତାର ଘଣ୍ଟା

   କେବେ ହେଲେ ସେ ଥକି ଯାଏ ନି

      ଘୁରାଉ ଥାଏ କଣ୍ଟା ।


   ସମୟ ସାଥେ  ଜୀବନ ବନ୍ଧା

      ଏ କଥା ମନେ ରଖ

   ବଳ ବାନ୍ ସେ  ସବୁରି ଠାରୁ

      ତା ଠାରୁ ଟିକେ ଶିଖ ।


   ନଥାଏ ଦିନ  ନଥାଏ ରାତି

      ନାହିଁ  ବରଷ ମାସ

   ସମୟ ଆମ   ପ୍ରଭୂ ଅଟଇ

     ଆମେ ତାହାର ଦାସ ।


   ଅନବରତ  କରଇ   କାମ

      ନ ଯାଏ କେବେ ହାରି

   କର୍ତବ୍ୟେ କେବେ ହେଳା କରେନି

      କେ ହେବ ତା ଠୁଁ ସରି ।


   ଆସନ୍ତା କାଲି   ଗତ କାଲି ପୁଣି

      ଆଜି ଦିନ ପରି ଲାଗେ

   ବଦଳି ନାହିଁ   କେବେ ତ ସେହି

      ବଦଳିବ ନାହିଁ କେବେ ।


   ଏମିତି ସାଙ୍ଗ    ଦେଖିଛ ଭାଇ

      ହେବ କେ ତାହା ପରି

   ତାହାରି ସଙ୍ଗେ    ମଇତ୍ର ବସ

      ଆଉ ନ କରି ଡେରି ।


   ଠିକ୍ ବେଳରେ   କରିବା କାମ

       ହାତରେ ବାନ୍ଧି ଘଡି

   ସମୟ ସାଥେ   ତାଳ ମିଳାଇ

      ନ ଯାଅ ତାକୁ ଛାଡି ।


           


Rate this content
Log in

Similar oriya poem from Abstract