STORYMIRROR

Bijaya Panda

Tragedy

4  

Bijaya Panda

Tragedy

କ୍ଷମା କର ବାପା

କ୍ଷମା କର ବାପା

1 min
529

ପ୍ରଣମ୍ୟ ଚିର ପୂଜ୍ୟ ବାପା

ଆରପାରିରେ ଥାଇ

ମୋର ପ୍ରଣାମ ନେବ

ତୁମର ଆଶୀର୍ବାଦ ଦେବ ।


କ୍ଷମା କରିବ ଏ ଅଧମକୁ

କିଛି ଦେଇପାରିଲିନି ତୁମକୁ

ରଖିପାରିଲିନି ମୋ ପ୍ରତିଜ୍ଞାକୁ

କହିଥିଲ ଚାରିଧାମ ଦର୍ଶନ କରେଇଦେବାକୁ

ନିଜ ଭିତରେ ବାନ୍ଧି ମୁଁ ରହିଲି

ନେଇ ମୋ ସଂଘର୍ଷପୂର୍ଣ୍ଣ ଚାକିରୀକୁ ।


ଭାବିଥିଲ ମୁଁ ଗଢ଼ିଦେବି ଘରଟିଏ ସ୍ୱପ୍ନର

ମୁଁ ଅକୀଞ୍ଚନ ପାରିଲି

କେବଳ ଇଟା କାନ୍ଥରେ ଆବଦ୍ଧ ଦୁଇ ବଖରା ଘରଟିଏ ।

ଭାବିଥିଲ ରହିବି ତୁମ ସାଥେ ଶେଷ ସମୟରେ

ତୁମର ସେହି ସ୍ୱପ୍ନର ଘରେ

ସ୍ୱପ୍ନକୁ ସାକାର କରିବାକୁ

ମୁଁ ବାନ୍ଧି ହେଇଗଲି ସହରରେ।


ଇଛା ଥିଲା ହାତୀ ହେଇ

ନାତି ସଂଗେ ଖେଳିବ

ବୋହୂ ହାତ ପରଷା ଖାଇ

ଶେଷଦିନ ତକ ଶାନ୍ତିରେ କାଟିବ

ଭାବିଥିଲ ବୋହୁ ସେବା ଟିକେ ପାଇବ

ଏ ଜନମେ ତାହା ନେହେଲା ସମ୍ବବ ।


ଛାତି ଭିତରେ ଚାପି ସବୁ ଅଧୁରା ସ୍ୱପ୍ନକୁ

ଚାଲିଗଲ ଛାଡି ତୁମେ ଆରପାରିକୁ

ଏପାରିରେ ଥାଇ ମୁଁ ଅନୁତପ୍ତ

ନିଜକୁ ଭାବେ ମୁଁ ଅଭିଶପ୍ତ

ଆନ୍ଦୋଳିତ ମନ ମାନେନି ଜମା

ପୂଜ୍ୟ ବାପା ମୋତେ କରିବ କ୍ଷମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy