STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ତ୍ତବ୍ୟ ପଥେ ପଥଗାମୀ

କର୍ତ୍ତବ୍ୟ ପଥେ ପଥଗାମୀ

1 min
306


ଆସ ଭାଇ କର୍ତ୍ତବ୍ୟର ପଥେ ରହିଥିବା


ସମାଜ କଲ୍ୟାଣେ କର୍ମ ନିତ୍ୟେ କରୁଥିବା


      କର୍ମରେ ପ୍ରୀତି ରଖିବା 


ରାଷ୍ଟ୍ର ଶକ୍ତିଶାଳୀ ବନ୍ଧୁ ସେବାରେ କରିବା !



ଉଚିତ ସମୟ ବନ୍ଧୁ ଭାରତେ ଆସିଛି 


ଆତ୍ମନିର୍ଭରରେ ଯୁବା ରାଷ୍ଟ୍ରରେ ହେଉଛି 


      ନୂଆ ନୂଆ ଆବିଷ୍କାର


ଯୁବା ଓ ଯୁବତୀ କରେ କର୍ମ ନିରନ୍ତର !



ଅମୃତ ଏ କାଳ ପରା କର୍ମରୁ ଆସିଛି 


ଅତ୍ୟାଧୁନିକ ର ଚାଷ କୃଷକ କରୁଛି 


     ବୈଜ୍ଞାନିକ ରୀତି ଚାଷ


ପାଏ ଚାଷୀ ଭାଇ ଲାଭ ଅଧିକା ତା ଶସ୍ୟ !



ସଂସ୍କୃତି ସଂସ୍କାର ରକ୍ଷା କର୍ତ୍ତବ୍ୟ ଆମର 


ଧର୍ମ  ସନାତନ  ଅଟେ ବିଶ୍ଵାସ ଦେଶର


       କର ସୁରକ୍ଷା ତାହାର 


ରାଷ୍ଟ୍ର ଦେଉ ଅଛି ମନ୍ତ୍ର ଶାନ୍ତି ଓ ପ୍ରେମର !



ରାମଙ୍କ ବିଶାଳ କ୍ରୀତି ସଂସ୍କୃତି ସଂସ୍କାର


ଶାସନ ରାଷ୍ଟ୍ରର ମନ୍ତ୍ର  ସମଭାବ ଯାର


      କରୁ ଅଛି ତା ଗୁଞ୍ଜନ


ତାର ବଳେ ହୁଏ ପ୍ରାପ୍ତି ରାଷ୍ଟ୍ରର ସୁନାମ !



ଗାଆଁରୁ  ସହର  ଏବେ ଏକ ହିଁ ପ୍ରକାର


ହେଲା  ସୁସଜ୍ଜିତ ଏଵେ ବଡ଼ ହିଁ ସୁନ୍ଦର


     ତହିଁ ପୁଣି ଡିଜିଟାଲ 


ଡ଼ର  ଭ୍ରଷ୍ଟାଚାରୀ ଅତି ହୁଏ କଲବଲ !



ପ୍ରେମ ଶ୍ରଦ୍ଧାଭକ୍ତି ପ୍ରୀତି ରାଷ୍ଟ୍ରେ ଅଙ୍କୁରିତ


କୃଷ୍ଣ ରାମ ଦାରୁବ୍ରହ୍ମ ଗୁଞ୍ଜେ ଅବିରତ


      ନାମ ଗୁଞ୍ଜେ ହନୁମାନ 


ଗାଉ ଛନ୍ତି ଜନ ନାମ ହୋଇଣ ପ୍ରଶନ୍ନ !



ଅପୂର୍ବ ଉତ୍ସାହ ରାଷ୍ଟ୍ରେ ନାହିଁ କା ଅଭାବ


ପୂରଣ କରେ ଶାସନ କୁଟୁମ୍ବର ଭାବ


     ସେବା ହଁ ଶାସନ ମନ୍ତ୍ର


ଦିଶୁ ଅଛି ରାଷ୍ଟ୍ରେ ବନ୍ଧୁ ଏବେ ଲୋକତନ୍ତ୍ର !



ବସୁଧୈବ ଭାବ ରାଷ୍ଟ୍ରେ ହେଲା ଅଙ୍କୁରିତ


ଅନ୍ୟାୟ ଓ ଅତ୍ୟାଚାର ହେଉଛି ସମାପ୍ତ


     ଡ଼ର ଭୟେ ଭ୍ରଷ୍ଟାଚାରୀ 


ନ ପାରନ୍ତି ଆଉ ଏବେ ଭ୍ରଷ୍ଟାଚାର କରି !



ସ୍ବପ୍ନ ଟା ସାକାର ପରି ଜନତା ଜାଣୁଛି 


ସମ୍ମାନ ଆଦର ବହୁ ବିଶ୍ବରେ  ହେଉଛି


      ସ୍ବପ୍ନ ଏହୁ ବିଶ୍ବ ଗୁରୁ 


ଅମୃତ କାଳରେ ତାହା ହୋଇ ଗଲା ଶୁରୁ !



ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ ଜିଲ୍ଲାର


    ରାଜନଗର ବ୍ଳକ ଶାଖା ଝାଡ଼ଖଣ୍ଡ ରାଜ୍ୟ !



Rate this content
Log in

Similar oriya poem from Abstract