STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କର୍ତ୍ତବ୍ୟ ହିଁ ସର୍ବୋପରି

କର୍ତ୍ତବ୍ୟ ହିଁ ସର୍ବୋପରି

1 min
191


ପରା କର୍ତ୍ତବ୍ୟର ଶିକ୍ଷା     ହୁଏ ଗୃହସ୍ତାଶ୍ରମରୁ 

     ମୁଖ୍ୟଶିକ୍ଷା କେନ୍ଦ୍ରଟି ଅଟେଟିରେ ଗୃହ,

ଶିଶୁ ଦେଖୁଥାଏ ଏହା   ଯହୁଁ ବାଲ୍ୟକାଳୁ ତାହା

    ଥାଏରେ ଜଡ଼ିତ ଯାର କର୍ତ୍ତବ୍ୟେ ଗୃହ।

       କର୍ତ୍ତବ୍ୟ ନିର୍ମାଣ ତହିଁରୁ।

   ହୁଏ ଟି ଜୀବନର ଯାତ୍ରା ଗୃହ ଶିକ୍ଷାରୁ।


ଯହିଁ ଶିଶୁ ଦେଖେ ତାର   ବାପା କରୁଥାନ୍ତି ସେବା

   ଭକ୍ତିଚିତେ ଜେଜେ ମା ଜେଜେ ବାପାଙ୍କର,

ଜନନୀ କରୁଛି ସେବା    ଶାଶୁ ଶଶୁରଙ୍କୁ ନିତ୍ୟେ

     ବହୁଥାଏ ନିସ୍ବାର୍ଥ କର୍ତ୍ତବ୍ୟ ସାଗର।

       ସଂସ୍କୃତି ସଂସ୍କାର ଶିକ୍ଷଣ

    ମିଳେ ଟି କର୍ତ୍ତବ୍ୟ ଭକ୍ତିର ପ୍ରଶିକ୍ଷଣ।


କରୁଥାଏ ଗୃହେ ଯେବେ   ବୃଦ୍ଧ ଅତିଥି ସତ୍କାର

  ରଖେଟିରେ କର୍ତ୍ତବ୍ୟ ଶିଶୁ କରିଣ ଆଦର,

ଅଟେ ଶାକାହାରୀ ବନ୍ଧୁ    ଯେଉଁ ଗୃହ ପରିବାର

   ମାଂସର ଭକ୍ଷଣ ତହିଁରେ ନଥାଏ ଯାହାର।  

       ସନ୍ତାନ ତହିଁ ଶାକାହାରୀ,

    ଜୀବନେ ମାଂସ ଭକ୍ଷଣ ନୁହେଁ କାହାରି।


ସତ୍ୟ ପ୍ରେମ ଶ୍ରଦ୍ଧା ଭକ୍ତି   ତାର ଗୃହ ପରିବାର

    ଜୀବହତ୍ୟା ନାହିଁରେ ଜୀବନରେ ଯାର,

ଗୃହର ସଂସ୍କାର ଯହିଁ    କର୍ମ ଧର୍ମ ଜ୍ଞାନ ତାର

    ଭକ୍ତିରେ ଜଗନ୍ନାଥଙ୍କର ନିରନ୍ତର

       ଶିଶୁ କର୍ତ୍ତବ୍ୟ ପ୍ରାରମ୍ଭିକ

     ମିଳେ ଗୃହସ୍ତାଶ୍ରମରୁ ତାହା ଶିଶୁଙ୍କ।


ସଂସ୍କାର କର୍ତ୍ତବ୍ୟ ଅଟେ   ଗୃହସ୍ତାଶ୍ରମର ଧର୍ମ

    ସନ୍ତାନ ହୁଅନ୍ତିରେ କର୍ତ୍ତବ୍ୟେ ଭୂଷଣ,

ଧର୍ମ କର୍ମ ପଥେ ରହୁ   ଗୃହ ଆଉ ପରିବାର 

     କରିବେଟି ସନ୍ତାନ ତାହାକୁ ଗ୍ରହଣ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract