STORYMIRROR

padmaja pati

Action

3  

padmaja pati

Action

କୃଷ୍ଣ

କୃଷ୍ଣ

1 min
173


ଖୋଜି ପାଇଲି ମୁଁ ଶେଷରେ କାହିଁକି

ଜନମ ନିଏ ଆତ୍ମାଟି

କେତେ ବେଳେ ଲାଗେ ଭୟଙ୍କର ପୁଣି

ମଧୁର ଲାଗେ ବିଶ୍ଵଟି।

ଜାଣି ଅଛି ମୁଁ ତ କ୍ଷୁଧିତ ହୃଦୟେ

ପୃଥିବୀ ରହିଛି ଚାହିଁ

କରେ ଆରାଧନା , ପାଦ ଶ୍ରୀକୃଷ୍ଣଙ୍କ

କେବେ ସେ ପାରିବ ଛୁଇଁ।

ଦେଖୁ ଅଛି ମୁହିଁ ତାଙ୍କ ଦିବ୍ୟ ଚକ୍ଷୁ

କିଣି ନିଏ ଯାହା ମନ

ମଧୁର ମୂର୍ଚ୍ଛନା ତୋଳି ଧୀରେ ଧୀରେ

ଭାସି ଆସେ ବଂଶୀ ସ୍ଵନ।

ଆନନ୍ଦ ଲହରୀ ଖେଳେ ଚଉଦିଗେ

ଦେଖି ଦିବ୍ୟ ଉପସ୍ଥିତି

ହୃଦୟର ଦୁଃଖ ନୀରବି ଯାଏ ମୋ

ମନରେ ନ ରହେ ଭୀତି।

ବଂଶୀ ସ୍ୱନ ଯେତେ ନିକଟ ହୁଅଇ

ମନେ , ପ୍ରାଣେ ଆସେ ବନ୍ୟା

ପ୍ରୀତି ଧାରା ବହେ ପ୍ରକୃତି ବକ୍ଷରେ

ନିଜକୁ ମଣେ ଅନନ୍ୟା।

ମନେ ଅସୁମାରୀ କଳପନା ତା'ର 

ପାଇବ ପ୍ରଭୁ ପରଶ

ହେବ ପୁଲକିତ ପରମ ଆନନ୍ଦେ

ହୃଦୟେ ଆସେ ଉଚ୍ଛ୍ୱାସ।

ଯୁଗ ଯୁଗ ଧରି ଏଇ ମୂହୁର୍ତ୍ତକୁ

ଚାହିଁ ରହିଛି ଧରଣୀ

ଭରି ଯାଇଛି ସେ ମୋର ଅଙ୍ଗେ ଅଙ୍ଗେ

ବହୁଛି ପ୍ରୀତି ସରଣୀ।



Rate this content
Log in

Similar oriya poem from Action