STORYMIRROR

Rama chandra Pradhan

Classics

2  

Rama chandra Pradhan

Classics

କୃଷକ

କୃଷକ

1 min
174

କୃଷକର ଦୁଃଖ କିଏ ବା ବୁଝୁଛି 

   ଅଭାବେ କଟେ ତା' ଦିନ 

ନେତାମନ୍ତ୍ରୀ ପ୍ରେମ ଲୋକ ଦେଖାଣିଆ

    ତୁଛା ଖାଲି ପ୍ରହସନ

ନୁଖୁରା ମାଟିରେ ଫଳାଏ ସେ ସୁନା 

   ମୁଣ୍ଡ ଝାଳ ତୁଣ୍ଡେ ମାରି 

ଖରା ବର୍ଷା ଶୀତ କାମ କରୁଥାଏ 

   ଫସଲକୁ ଆଶା କରି

ହାଲିଆ ଅଳସେ କେବେ ସେ ଥକେନି

   ମୁଠାଏ ଫସଲ ପାଇଁ  

ସଂସାର ଭୋକକୁ ମେଣ୍ଟାଇବା ପାଇଁ 

   ହୋଇଥାଏ ଧଇଁସଇଁ

ସିଏ ଅନ୍ନଦାତା ସେ ଭାଗ୍ୟ ବିଧାତା 

   କର୍ମ ତା ' ଅଟେ ଅତୁଲ୍ୟ 

ତଥାପି ଦୁନିଆ ବୁଝି ତ ପାରୁନି 

   ତା ' ଶ୍ରମର ମହାମୂଲ୍ୟ

କୃଷକ ଅଟଇ ଧରଣୀ ରାଣୀର

   ଯୋଗ୍ୟତମ ସୁସନ୍ତାନ 

ମଣିଷ ରୂପରେ ଅଟେ ସେ ଦେବତା 

   ତା ' ପାଦେ କୋଟି ନମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics