କୃଷକ ଭାଇ
କୃଷକ ଭାଇ
ସକାଳରୁ ସଞ୍ଜ କ୍ଷେତରେ ମୋର,
ଭଲ ମନ୍ଦ କାହା ବୁଝିବାକୁ ନ ଥାଏ ତର ।
ସକାଳୁ ସକାଳୁ ଚାହା ସହ ଖାଇ ମୁଢ଼ି,
ବାହାରି ପଡେ ଧରି କୋଡି କୁରାଢି ।
କାଳିଆ କସରା ଦୁଇ ବଳଦ ମୋର,
କ୍ଷେତକୁ ମୋ କରନ୍ତି ହଳ ।
ପରିଶ୍ରମ କରି ଚାଲେ ଲାଭକୁ ରଖେନା ଆଖି,
ପରିବାର ମୋର ଆନନ୍ଦେ ରହିଲେ ପାଏ ମୁଁ ସେଥିରେ ଖୁସି ।
ପଖାଳ କଂସା ମୋ ଅମୃତ ସମାନ,
ଘରରୁ କ୍ଷେତ, କ୍ଷେତରୁ ଘର ଏଇ ମୋ ଜୀବନ ।
ହଳ ସାରି ଯେବେ ଫେରେ ମୁଁ ଘରକୁ,
ଘରଣୀ ମୋ ଚାହିଁ ରହିଥାଏ ମୋ ଫେରିବା ବାଟକୁ ।
ଭାତ, ଶାଗ, ତିଅଣ ଦିଏ ସେ ପରଶି,
ଅତି ଉଲ୍ଲାସରେ ଖାଇ ଥାଏ ବସି ।
ସଂଜ ବେଳେ ଭାଗବତ ଟୁଙ୍ଗୀ କୁ ଯେ ଯାଏ,
କର୍ମ, ଧର୍ମ, ପୁରାଣ ବସି ଶୁଣେ ।
କୃଷକ ବୋଲି ମାନେ ନାହିଁ ମୋର ଦୁଃଖ,
ମୋ ପରିଶ୍ରମେ ଦେଶବାସୀଙ୍କ ମେଣ୍ଟୁଛି ଯେ ଭୋକ । ।
