STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କୃପାସିନ୍ଧୁ ପ୍ରଭୁ

କୃପାସିନ୍ଧୁ ପ୍ରଭୁ

1 min
257

କୃପାର ସମୁଦ୍ର ଦୟାନିଧି ପ୍ରଭୁ

  ମତ୍ୟରେ ଦେଇଛୁ ଜନ୍ମ,

ବାଲ୍ୟକାଳୁ ପ୍ରଭୁ ତହରି ଭକ୍ତିରେ

  ଅର୍ପଣ କରିଛି ମନ।


ଜ୍ଞାନର ସାଗର ନୀଳାଞ୍ଚଳ ପ୍ରଭୁ

  ଜ୍ଞାନ ଦେଇ ଅଛୁ ହୃଦେ,

କର୍ମ ଜ୍ଞାନ ଦେଲୁ ଦେଲୁ ପ୍ରେମ ଜ୍ଞାନ

  ଭକ୍ତି ଜ୍ଞାନ ଦେଲୁ ହୃଦେ।


ଅର୍ପଣ କରିଛି ଚରଣେ ତହର

  ଜୀବନର ସବୁ କିଛି,

କର୍ତ୍ତବ୍ୟଟି ମୁହିଁ ଶ୍ରେଷ୍ଠ କରି ଅଛି

  ନିସ୍ବାର୍ଥ ପଥକୁ ବାଛି।


ସତ୍ୟପଥେ ରହୁ କର୍ମ ଜ୍ଞାନ ମୋର,

  ବିଚଳିତ କେବେ ନହୁ,

ଧର୍ମପଥେ ରହୁ କର୍ତ୍ତବ୍ୟ ମୋହର

  କେବେ ସ୍ବାର୍ଥ ଭାବ ନହୁ।


ଛଳନା ନକରି ଶକ୍ତି ଦିଅ ପ୍ରଭୁ

  ଗୁହାରି ଏତିକି ମୋର,

ରାଷ୍ଟ୍ର ପ୍ରେମ ରହୁ ରାଷ୍ଟ୍ର ପ୍ରତି ପ୍ରଭୁ

  ମାଗୁଣି ଏତିକି ମୋର।


ରହୁ ସମଭାବ ମନ୍ତ୍ର ଜୀବନରେ

  ହିଂସାଭାବ ନହୁ ମନେ,

ଜନଜନ ସେବା ହେଉ ଜପମାଳି 

  ତବ ଭକ୍ତି ଗୁଞ୍ଜୁ ମନେ।


ନକରି ଛଳନା ଆଶିର୍ବାଦ କର

  ମନୁଷ୍ୟ କର୍ତ୍ତବ୍ୟ କରେ,

ଜ୍ଞାନ ଦିଅ ପ୍ରଭୁ ଜୀବନ ଯାତ୍ରାରେ

  ସମାଜ କଲ୍ୟାଣ କରେ।


ତବ ବିନୁ ଗତି ନାହିଁରେ କାଳିଆ

  ସୃଷ୍ଟିର ନିର୍ମିତ କଲୁ,

ଯାହା କିଛି ଦିଶେ ଏ ମହିମଣ୍ଡଳେ

  ଭିଆଣ ସବୁତ କଲୁ।


କର୍ମର ନିମନ୍ତେ ମନୁଷ୍ୟ ଜୀବନ

 ଚରାଚର ଧାମେ କଲୁ,

ଚକାନୟନରେ ଦେଖୁ ଅଛୁ ନିତି

 ବ୍ରହ୍ମାଣ୍ଡ ଭିଆଣ କଲୁ।


ଜ୍ଞାନ ତୁହି ମୋର କର୍ମ ତୁହି ମୋର

 ଭକ୍ତି ପ୍ରେମ ମଧ୍ୟ ତୁହି,

ସବୁତ ଅର୍ପଣ କରିଛି ଚରଣେ

 ହୃଦେ ସର୍ବୋପରି ତୁହି।


ଜ୍ଞାନ ଦେଉଥିବୁ ଛଳନା ନକରି

 ସତ୍ୟ ବାଟ ଦେଉ ଥିବୁ,

ରାଷ୍ଟ୍ରପ୍ରେମ ରହୁ ଜୀବନ ଯାତ୍ରାରେ

 ଧର୍ମ କର୍ମେ ରଖି ଥିବୁ।


ଚକାନୟନରେ ଦେଖୁ ଥିବୁ ମତେ

 ଭୁଲ କଲେ ବାଟ ଦେବୁ,

ସତ୍ୟ ପଥ ଦେବୁ ଜ୍ଞାନ ପଥ ଦେବୁ

 ପ୍ରେମ ଭକ୍ତି ପଥେ ଦେବୁ।


ସୁଦୟା ତଥିବ କର୍ମପଥେ ମୋର

 ଛଳନା ନଥିବ ତୋର,

ଆଶିର୍ବାଦ ଥିବ ଚଲାପଥେ ମୋର

  ଛାରଭକ୍ତଟିକୁ ତୋର।


ଏତିକି ଗୁହାରି ଆହେ ଜଗନ୍ନାଥ

  ଶକ୍ତି ଦିଅ କର୍ମପଥେ,

କରିବୁ ନାହିଁରେ ଛଳନା ଭକ୍ତକୁ

  ଦିଶୁଥିବୁ ନେତ୍ରପଥେ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract