କୃପାସିନ୍ଧୁ ପ୍ରଭୁ ଶ୍ରୀଜଗନ୍ନାଥ
କୃପାସିନ୍ଧୁ ପ୍ରଭୁ ଶ୍ରୀଜଗନ୍ନାଥ
କୃପାସିନ୍ଧୁ ବଦନ କରି ଅବଲୋକନ
କୃପା ଭିକ୍ଷା ଇଚ୍ଛା ବଳବତୀ ପୁନଃ ପୁନଃ
କୃପା ଦୃଷ୍ଟି ପଡ଼ି ଶାନ୍ତି ଲଭୁ ଏହି ପ୍ରାଣ
କୃପା ର ସାଗର କୃପା କର ହେ ବହନ
କୃପା ଲାଭ ଲଭି କେତେ ପାପୀ ଗଲେ ତରି
କୃପାସିନ୍ଧୁ ଶ୍ରୀଜଗନ୍ନାଥ ହିଁ ସର୍ବୋପରି
କୃପା ର ସାଗର ଶୁଖି ନ ଯାଉ ମୋ ପାଇଁ
କୃପା ଲାଭ ଆଶାରେ ଅଛି ଶ୍ରୀମୁଖ ଚାହିଁ
କୃପା ଲାଭ ପାଇଁ ଯୋଗ୍ୟ କି ନାହିଁ ପରଖ
କୃପା ପ୍ରାପ୍ତି ପଥ ଜାଣି ନାହିଁ ଏ ମୂରୁଖ
କୃପା କରିଅଛ କେତେ ଭକ୍ତ ଜନ ପ୍ରତି
କୃପା ବିନା ଏ ପ୍ରାଣ ସନ୍ତାପୀତ ସମ୍ପ୍ରତି
କୃପା ରେ କୃପଣ କିଆଁ ହେ ପଙ୍କଜ ମୁଖ
କୃପା ନ ଲଭିଲେ ଜାଣିବି ମୋ କର୍ମ ବାଙ୍କ
କୃପା ଜଳ ବିନା ପ୍ରାଣ ଆଉ କି ବଞ୍ଚିବ
କୃପାସିନ୍ଧୁ ନାମ ଯଶ କିପରି ରହିବ
କୃପାସିନ୍ଧୁ,ଭକ୍ତ-ବନ୍ଧୁ ପ୍ରଭୁ ଦୀନବନ୍ଧୁ
କୃପା ଦୃଷ୍ଟି ସହ ପାରି କର ଭବ ସିନ୍ଧୁ