କରୋଣା କୋପରେ ଭୋକିଲା ମଣିଷ
କରୋଣା କୋପରେ ଭୋକିଲା ମଣିଷ




ଶୁଖିଲା ଶ୍ରାବଣ ଭୋଦୁଅ ତତଲା
ଛଟପଟ ହୁଏ ମାଟି
କୋରୋନା କୋପରେ ଭୋକିଲା ମଣିଷ
ଲୁହ ଢାଳେ ମଥା ପିଟି ll
ଚାକିରୀଆଙ୍କର ଚିନ୍ତା ନାହିଁ ଜମା
ସରକାର ପୋଷୁଛନ୍ତି
ମାସ ଶେଷ ଦିନ ଦରମା ମିଳୁଛି
ମନ ଖୋଲି ହସୁଛନ୍ତି ll
ବାକି ଯେତେ ସବୁ, ଜାତକରେ ତାଙ୍କ
ସତେକି ଯାତନା ଲେଖା
ନାମି ଦାମି ଲୋକ କୋରୋନା ଦାଉରେ
ପାଲଟି ଗଲେଣି ବୋକା ll
ବଡ ବଡ ସଂସ୍ଥା ମାଲିକମାନଙ୍କୁ
ବାଧିଲାଣି ଅର୍ଥ ଚିନ୍ତା
କର୍ମଚାରୀ ତାଙ୍କ ଦରମା ନପାଇ
ଲୁହରେ ହୁଅନ୍ତି ତିନ୍ତା ll
ଋଣକରି ଯିଏ ବେପାର କରନ୍ତି
ଆଖିରୁ ହଜଇ ନିଦ
କିସ୍ତି ଦେବାପାଇଁ ହିନସ୍ତା ହୁଅନ୍ତି
ବଢିଵଢି ଯାଏ ସୁଧ ll
ଭୋକର ଭୂଗୋଳ ଡହଳ ବିକଳ
ସମ୍ବଳ ଯାଉଛି ସରି
ମାଡି ଆସୁଅଛି ବହଳ ଅନ୍ଧାର
ଜୀବନେ ଜହର ଭରି ll
ଅବସ୍ଥା ଏମିତି ଅସମ୍ଭାଳ ଏବେ
ଭାବିବାକୁ ନାହିଁ ବଳ
ଧନ୍ୟରେ କୋରୋନା ବିଜ୍ଞାନୀ ମଣିଷ
ପାଉନି ତୋ ଥଳକୂଳ ll