STORYMIRROR

DILIP KUMAR SAHOO

Tragedy

2  

DILIP KUMAR SAHOO

Tragedy

କରୋଣା କୋପରେ ଭୋକିଲା ମଣିଷ

କରୋଣା କୋପରେ ଭୋକିଲା ମଣିଷ

1 min
85


 

 ଶୁଖିଲା ଶ୍ରାବଣ ଭୋଦୁଅ ତତଲା

 ଛଟପଟ ହୁଏ ମାଟି

 କୋରୋନା କୋପରେ ଭୋକିଲା ମଣିଷ

 ଲୁହ ଢାଳେ ମଥା ପିଟି ll

 ଚାକିରୀଆଙ୍କର ଚିନ୍ତା ନାହିଁ ଜମା

 ସରକାର ପୋଷୁଛନ୍ତି

 ମାସ ଶେଷ ଦିନ ଦରମା ମିଳୁଛି

 ମନ ଖୋଲି ହସୁଛନ୍ତି ll

 ବାକି ଯେତେ ସବୁ, ଜାତକରେ ତାଙ୍କ

 ସତେକି ଯାତନା ଲେଖା

 ନାମି ଦାମି ଲୋକ କୋରୋନା ଦାଉରେ

 ପାଲଟି ଗଲେଣି ବୋକା ll

 ବଡ ବଡ ସଂସ୍ଥା ମାଲିକମାନଙ୍କୁ

 ବାଧିଲାଣି ଅର୍ଥ ଚିନ୍ତା

 କର୍ମଚାରୀ ତାଙ୍କ ଦରମା ନପାଇ

 ଲୁହରେ ହୁଅନ୍ତି ତିନ୍ତା ll

 ଋଣକରି ଯିଏ ବେପାର କରନ୍ତି

 ଆଖିରୁ ହଜଇ ନିଦ

 କିସ୍ତି ଦେବାପାଇଁ ହିନସ୍ତା ହୁଅନ୍ତି

 ବଢିଵଢି ଯାଏ ସୁଧ ll

 ଭୋକର ଭୂଗୋଳ ଡହଳ ବିକଳ

 ସମ୍ବଳ ଯାଉଛି ସରି

 ମାଡି ଆସୁଅଛି ବହଳ ଅନ୍ଧାର

 ଜୀବନେ ଜହର ଭରି ll

 ଅବସ୍ଥା ଏମିତି ଅସମ୍ଭାଳ ଏବେ

 ଭାବିବାକୁ ନାହିଁ ବଳ

 ଧନ୍ୟରେ କୋରୋନା ବିଜ୍ଞାନୀ ମଣିଷ

 ପାଉନି ତୋ ଥଳକୂଳ ll

  

  

  


  



Rate this content
Log in

Similar oriya poem from Tragedy