STORYMIRROR

Maheswar sahoo

Tragedy

4  

Maheswar sahoo

Tragedy

କରୋନା ଉଡାଏ ବାନା

କରୋନା ଉଡାଏ ବାନା

1 min
354


ଭୁତାଣୁ ନାମରେ ଚାଲେ ହାଲା,

ରୋଗ ପାଇଁ କେତେ ନାଟ ପାଲା,

କୁକୁଡ଼ା ମାରିଣ,

ପୋତି ଦେଉଛନ୍ତି,

ତୁଛାଟାରେ ହୋଇ ହୋ ହାଲା ।।

 

ଜୀବ ଥିବା ଯାଏ ଅଛି ଲୋଭ,

ନିରୋଗ ଜୀବନ ଅଟେ ଶୁଭ,

ଭୁତାଣୁ ଭୟରେ,

କେତେ ନାଟ ଚାଲେ,

ଭୟରେ ପାଗଳ ବୃଦ୍ଧ ଯୁବ ।।


ଚାଇନା ରୋଗର ଭାରି ତେଜ,

ମୃତ୍ୟୁ ଉଡାଉଛି ବିଶ୍ୱ ଧ୍ୱଜ,

ହାତ ମିଳାଇଲେ,

ଗହଳେ ରହିଲେ,

ଯୀଶୁ ଆହ୍ଲା ରାମ ନାମ ଭଜ ।।


ବିଦ୍ୟାଳୟ ବନ୍ଧ ହୋଇଗଲା,

କାର୍ଯ୍ୟାଳୟ ମଧ୍ୟେ ପଡେ ତାଲା,

ଗାଡି ଘୋଡା ବନ୍ଧ,

କାରଖାନା ବନ୍ଧ,

ବଞ୍ଚିବାକୁ ସର୍ବେ ଠେଲା ପେଲା ।।


ମୁବାଇଲ ଯୁଗ ହୋଇଗଲା,

ଦୁରଦର୍ଶନର ଠିଆ ପାଲା,

ଡରେଇ ଡରେଇ,

ଅଧା ମାରିଦେବେ,

ନିରୋଗ ଜନଙ୍କୁ ରୋଗ ହେଲା ।।


ଥଣ୍ଡା ଛୁଙ୍କ ଜ୍ୱର ଆସିଗଲେ,

ଭୟରେ ହୃଦୟ ଥରାଇଲେ,

ସ୍ୱାସ୍ ରୁଦ୍ଧ ହୁଏ,

ଭାବି ଭାବି ଜନେ,

କରୋନା କରୋନା ଜପ କଲେ ।।


ହାତ ମିଳାଇଲେ ବ୍ୟାପେ ରୋଗ,

ଆମିଷକୁ ଛାଡି ଖାଅ ଶାଗ,

ମୁହଁକୁ ଘୋଡାଇ,

କହିବା ବଚନ,

ନବ୍ୟାପୁ ଅନ୍ୟକୁ ଏହି ରୋଗ ।।


ଚାଇନା ଦେଶର ଲୋକମାନେ,

ସବାଖିଆ କୁହେ କାନେ କାନେ,

ପଶୁ ପକ୍ଷୀ ସର୍ପ,

କଞ୍ଚା ମାଂଶ ଖାଇ,

ଜୀବ ଅଙ୍ଗୁ ରୋଗ ନେଲେ ସିନେ ।।


ସାରା ବୈଜ୍ଞାନିକ ତର ତର,

ପ୍ରତିଷେଧକ ଔଷଧ ଦରକାର,

ସଭିଏଁ ସଜାଗ,

ସଂକ୍ରମଣ ପାଇଁ,

ଭାରତୁ ବିଦାୟ କରୋନାର ।।


ଓଡ଼ିଶାରେ ଆଜି ପଡେ ହୁଡ଼ି,

ମନ୍ତ୍ରୀ ଠୁଁ ଡାକ୍ତର ଦିଏ ରଡି,

ଦୁରଦର୍ଶନରେ,

ଖବର କାଗଜେ,

ସତର୍କ ସୂଚନା ଚାଲେ ମାଡି ।।


ଶରୀର ପବିତ୍ର ରଖୁଥିବା,

ସତ୍ୟ ଧର୍ମ ନ୍ୟାୟେ ରହୁଥିବା,

ରୋଗ ନ ଆସିବ,

ଭୁତାଣୁ ଡରିବ,

ଶାନ୍ତିରେ ଖୁସିରେ ରହିଥିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy