STORYMIRROR

Anupama Sahu

Abstract Tragedy

4  

Anupama Sahu

Abstract Tragedy

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
515


।।୧॥

କରୋନା ସୃଜିଲା ବିଶ୍ଵ ଇତିହାସେ

ପ୍ରକୃତିର ବିପର୍ଯ୍ୟୟ ।

ଅଦୃଶ୍ୟ ଅପୂର୍ବ ଅଶୃତ ଅପୂର୍ବ

ମହାମାରୀ ମହାଭୟ ॥

॥୨॥

ସଙ୍କଟ ଘେରିଲା ବିଦେଶରୁ ଦେଶ

ମାଡି ଗଲା ଚାହୁଁ ଚାହୁଁ ।

ଚୀନ୍‌ର ୟୁହାନ୍‌ ପ୍ରଥମ ସହର

ରୋଗ ପ୍ରସବିଲା ଯହୁଁ ॥

॥ ୩॥

ଲକ୍ଷ ଲକ୍ଷ ଜନ ଦିନ ପ୍ରତିଦିନ

ଯମାଳୟେ ହେଲେ ଗତ ।

କିଏ ସେ ହିସାବ ସେ ସବୁ ରଖିବ

ମୃତ ଅଥବା ଜୀବିତ ॥

॥୪॥

ଗୃହବାସ କରି ଏକାନ୍ତେ ବିହରି

ନିଷେଧାଜ୍ଞା ପାଳନୀୟ ।

ମାନବ ଜୀବନେ ସନ୍ଧିକ୍ଷଣ ବେଳା

କରୋନା ମରଣଭୟ ॥

॥୫॥

ଆମୋଦପ୍ରମୋଦ ବୃତ୍ତିକର୍ମ ଯେତେ

ରାଇଜରୁ ହଜିଗଲା ।

ସକଳ ପରାଣୁ ଆନନ୍ଦ ଉଲ୍ଲାସ

ଅନ୍ତର୍ହିତ ହୋଇଗଲା ॥

॥୬॥

ଖାଦ୍ୟ ଓ ପାନୀୟ କଟକଣା ହେଲା

ରାସ୍ତାଘାଟ ଜନଶୂନ୍ୟ ।

ଏକାନ୍ତ କଷଣ ଅତୀବ ଦାରୁଣ

ଗୃହବନ୍ଦୀର ଜୀବନ ॥

॥୭॥

ପ୍ରାଥମିକ ବିଦ୍ୟାଳୟ କୁନି ଶିଶୁ

ଅଥୟ ଗୃହରେ ରହି ।

ସାଙ୍ଗସାଥିମେଳେ କେତେହରଷରେ

ଦିନ ଯାଉ ଥିଲା ବହି ॥

॥୮॥

ଦୁର୍ବିସହ ହେଲା ସାଧାରଣ ପ୍ରାଣ

ଧାରଣ ଚିତ୍ର କରୁଣ ।

ସବୁବେଳେ ଖାଲି ମୃତ୍ୟୁର ଖବର

ବ୍ୟଥା ଦେଲା ନିଦାରୁଣ ॥

॥୯॥

ମାନବକୃତ କି ଦୈବୀବିପତ୍ତି ଏ

ଗବେଷଣା ଅନ୍ତହୀନ ॥

ପୁରାଣ କୋକୁଆଭୟ ଗ୍ରାସ ପରି

ବିଚଳିତ ସର୍ବଜନ ॥

॥୧୦॥

କେତେ ପରିବାର ଛାରଖାର କଲା 

ସ୍ମରଣେ ଜାଗ୍ରତ ଶଙ୍କା ।

ହୃଦୟେ ରହିବ ଆଜୀବନ ଏହି

କରୋନାର ବିଭୀଷିକା ॥

॥୧୧॥

ଜୈବଭାରସାମ୍ୟ ଭୁଷୁଡି ପଡିଲା

କ୍ଷିତି ଆପ ତେଜ ବାୟୁ,

ଭୂତାଣୁର ସଂକ୍ରମଣ ଦୁର୍ନିବାର

ନାଶ କଲା ପରମାୟୁ ॥

॥୧୨॥

ତଥାପି ବଂଚିବା ଆଶା ଛାଡି ନାହୁଁ

ବିଶ୍ଵ ମାନବ ସକଳ ।

ନିରୂପଣ କରି ନିଦାନ ଏହାର

ଜିତିଛୁ ଖଟାଇ ବଳ ॥



Rate this content
Log in

Similar oriya poem from Abstract