STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

କରୋନା କାଳ

କରୋନା କାଳ

1 min
87


ଆମର ତ ଏଠି ଶାସନ ହୁଗୁଳା

ଫାଟକ ସବୁ ଯେ' ପଡିଛି ମୁକୁଳା

ଘନଘୋର ବିପଦର ଘଡିସନ୍ଧି ବେଳା

ପ୍ରକୃତି ରଚୁଛି ତାର ତାଣ୍ଡବ ଲୀଳା

କାଟୁ କରୁନି କାହାରି ପଦ୍ମତୋଳା!

ଲହ ଲହ ଜିହ୍ୱା ଧାରୀ ଏଇ ସର୍ବଗିଳା

ମେଲାଇ ଦେଇଛି କାୟା ଯଥା ଚପଳା

ବିବର୍ଣ୍ଣ ବିଭତ୍ସ ବିଭିଷିକାର ଚିତ୍ରମାଳା

ଆର୍ଥିକ ସାମାଜିକ ମାନସିକ ବିଶୃଙ୍ଖଳା

ବର୍ଣ୍ଣିବା ପାଇଁକି ଏହାକୁ ଉଣା ବର୍ଣ୍ଣମାଳା!

ପରିସ୍ଥିତି ପଡୁନାହିଁ ତିଳେ ସମ୍ଭଳା

କରିବା ନାହିଁ ଆମେ ଜମାରୁ ହେଳା

ନୋହିଲେ ବୁଡ଼ିବ ଯେ ସଭିଙ୍କର ଭେଳା

ଜାଣିବା ଆପଣା ସୁରକ୍ଷାର କଳା

ସାହା ଏକା ଆମ ପ୍ରଭୁ ଚକାଡୋଳା!

ସସାଗରାଧରା ହେଉଛି ଡହଳ ବିକଳ

ଆନକୁ ନିନ୍ଦିବାର ଏଇ ନୁହଁଇ ବେଳ

ଆରୋପ ପ୍ରତ୍ୟାରୋପ କରେ ଦୁର୍ବଳ

ଭାଙ୍ଗଇ ଯୋଦ୍ଧାର ଦୃଢ଼ ମନୋବଳ

ଲଢିବା ଲଗାଇ କଳ ବଳ କଉଶଳ!

ତୁହାକୁ ତୁହା ଆହ୍ବାନ ଦେଉଛି କାଳ

ଅମାନିଆ ନହୋଇ ନିଜକୁ ସମ୍ଭାଳ

ଧୈର୍ଯ୍ୟ ହିଁ ଅଟଇ ଅସଲ ସମ୍ବଳ

ନିଶ୍ଚୟ ଆସିବ ଦିନେ ଶୁଭ ସକାଳ

ହଟିଯିବ ବିଶ୍ବର ସଙ୍କଟ ସକଳ!

ସତର୍କ ବାରତା ସଭିଏଁ ମାନିକି ଚଳ

ଛକ ବଜାରେ ତୁଚ୍ଛାକୁ ହୁଅନି ମେଳ

ଅମୂଲ୍ୟ ଜୀବନ ସହିତ ଖେଳନି ଖେଳ

ଘର ପରିବାର କଥା ତ ବାରେ ଭାଳ

ଏଇ ତ ମହାମାରୀ କରୋନାର କାଳ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics