କ୍ରୋଧ
କ୍ରୋଧ
ବ୍ରହ୍ମର୍ଷି ଦୁର୍ବାସା ଆଜନ୍ମ ଯୋଗୀ ସେ ଯୋଗ,ଯୋଗାଧି ପୁରୁଷ
ଅତି କ୍ରୋଧାନ୍ୱିତ ହୁଅନ୍ତି ତକ୍ଷଣେ ଭାବି ନପାରନ୍ତି ଭବିଷ୍ୟ ।
ଆସୁଥିଲେ ଦିନେ ମହର୍ଷି ଦ୍ଵାରିକା
ଦେଖି ଯଦୁକୁଳ ବାଳକେ
ଶାମ୍ଵ କୁ କରିଲେ ସ୍ତ୍ରିରୀ ବେଶ ହାସ୍ୟ ପରିହାସେ କୁତୁହଳେ ।।
ଉଦର ରେ ଲୈ।ହ ମୂଷଳ ପୁରାଇ ମୁନି ପାଶେ ଉଭା କରାଇ
କୁହ ଋଷିବର କିବା ଜନ୍ମନେବ ଗର୍ଭରେ ଏହାର ଅଛଇ ।
ତ୍ରୀକାଳଜ୍ଞ ମୁନି ପରିହାସ ଜାଣି
କ୍ରୋଧେ ହୋଇ ଜର୍ଜରିତ
ତୁମ ବଂଶନାଶ ହେବରେ ଯିଏବି ଏଗର୍ଭରୁ ହେବ ସମ୍ଭୁତ ।।
ଋଷି ଚାଲିଗଲେ ଅଭିଶାପ ଦେଇ ଏପଟେ ଭାଳେଣି ପଡ଼ିଲା
କୃଷ୍ଣ ଙ୍କ ଆଦେଶେ ଭୀମସେନ ସେହି ମୁଷଳକୁ ନେଇ ଚଳିଲା ।
ଲୈ।ହ ମୁଷଳ କୁ ନଦୀକୂଳେ ଏକ
ମସୃଣ ପଥରେ ଘସିଲା
ସେ ଲୈ।ହ ଭଷ୍ମେ ଏରକା ଜଙ୍ଗଲ ଅବଶେଷଯାହା ବଳିଲା ।।
ଜଳେ ନିକ୍ଷେପିଲା ବୀର ଭୀମସେନ ତାହାକୁ ମଗର ଗିଳିଲା
ଜାରା ମାରି ମତ୍ସ୍ୟ ସେ ଲୈ।ହ ପାବନ୍ତେ ଧନୁଶରେ ଗୁଣ କରିଲା ।
ଏରକା ଜଙ୍ଗଲେ ସିଆଳୀ ଲତାରେ
ସେହି ଶର କୃଷ୍ଣ ପାଦରେ
ବାଜି ଯଦୁବଂଶ ହୋଇଗଲା ଅନ୍ତ ଋଷି ଦୁର୍ବାସା ଙ୍କ କ୍ରୋଧରେ ।।
ଅଭିମାନିନୀ ସେ ବାରିଧି ଦୁଲଣୀ ମହାଲକ୍ଷ୍ମୀ ମହାମାୟୀ
ଜଗାବଳିଆ ଙ୍କ କଟୁ ମନ୍ତବ୍ୟ କୁ ମାତା ନପାରିଲେ ସହି ।
କ୍ରୋଧେ ଅଭିଶାପ ଫଳେ ଦୁଇଭାଇ
ଦ୍ଵାଦଶ ବରଷ ଅଭୁକ୍ଷ
ଲକ୍ଷ୍ମୀଛଡା ହୋଇ ବୁଲିଲେ ଜଗତେ ସତରେ ଯେମିତି ଅରକ୍ଷ ।।
ଲେଖିଲେ ତ ମହାଭାରତ ହୋଇବ କ୍ରୋଧ ସତେ କେଡ଼େ ଦୁର୍ଦାନ୍ତ
ଅନ୍ଧ କରିଦିଏ ମଣିଷକୁ ସିଏ ତହୁଁ ବୁଝ କ୍ରୋଧ ବୃତ୍ତାନ୍ତ ।
କ୍ରୋଧ ପରିହର କର ଆରେବାବୁ
ସୁଖରେ କାଳାତିପାତ
କରିବୁ ଜୀବନେ ଲଭିବୁ ବାବୁରେ ବିଭୁ ପଦଝରା ଅମୃତ ।।
