କ୍ରୋଧ ମଣିଷର ବଡ଼ ଶତ୍ରୁ
କ୍ରୋଧ ମଣିଷର ବଡ଼ ଶତ୍ରୁ
କ୍ରୋଧ ଅଟେ ମଣିଷର ବଡ଼ ଶତ୍ରୁ
ନାଶି ଦିଏ ସୁଖ ଶାନ୍ତି ଜୀବନରୁ ।
ନିତି ନିତି ନିମ୍ନ ଗାମୀ ସେ କରାଏ
ନିଷ୍ଠୁର , ନୀଚ ଓ ବର୍ବର ପାଲଟେ ।
ମଣିଷ ତାହାରି ପ୍ରଭାବ ହେତୁ ରୁ
ଯେତେ ଧ୍ଵଂସ ଲୀଳା ଉପୁଜେ କ୍ରୋଧରୁ ।
ନିମିଷକେ କ୍ରୋଧ ଅଶେଷ ଅହିତ
କରି ଦିଏ ନିତ୍ୟେ ଜୀବନ ବିଧ୍ବସ୍ତ ।
ନିରନ୍ତର ସେହି ବଢ଼ି ବେଳୁ ବେଳ
ରଚଇ ଅଶେଷ ଧ୍ଵଂସ ଦlବାନଳ ।
ଅନିଷ୍ଟ ସାଧିତ କରେ ଅବିରତ
କ୍ରୋଧ ଘେନି ହୁଏ ମଣିଷ ଉନ୍ମତ୍ତ ।
ପିଶାଚ ସାଜି ସେ ବହୁ ଅନଟନ
ହତ୍ୟା , ବିଭୀଷିକା ରଚେ ଅନୁକ୍ଷଣ ।
ସହନ ଶକତି ଧଯ୍ୟ , ସଦଗୁଣ
ଅଭାବ ରୁ କ୍ରୋଧୀ ହୋଇ ଉଠେ ମନ ।
କ୍ରୋଧ ହିଁ ଭୁଲାଏ ହିତାହିତ ଜ୍ଞାନ
ଆନ ମନେ ଦିଏ ଅସହ୍ୟ ଜ୍ବଳନ ।
ପ୍ରତି କ୍ରିୟା ଭାବେ ଫେରି ଆସେ ତାହା
ଉଭୟ ପରାଣେ ଦିଏ ପୀଡ଼ା ଜ୍ଵାଳା ।
ସହିଷ୍ଣୁତା ହୀନ ଅଟନ୍ତି ଯେ ଜନ
କ୍ରୋଧ କବଳିତେ ହୁଅନ୍ତି ଅଜ୍ଞାନ ।
ରଚାନ୍ତି ଅଶେଷ ନାରକୀୟ କାଣ୍ଡ
କ୍ରୋଧୀ ମଣିଷ ଯେ ଅତ୍ୟନ୍ତ ପାସଣ୍ଡ ।
ନୃଶଂସ ଭାବ ରେ ଅନାଚlରେ ରତ
ନିରନ୍ତରେ ସାଧେ ସବୁରି ଅହିତ ।
କ୍ରୋଧ ଅଟେ ମଣିଷର ବଡ଼ ଶତ୍ରୁ
ଦୂରେଇ ରହିବା ଆସ ତା ପlଶରୁ ।
କ୍ରୋଧ ଅଟେ ମଣିଷର ବଡ଼ ଶତ୍ରୁ
ସୁଖ ଶାନ୍ତି ଧନ ମାନ ତା' ହେତୁରୁ ।
ନାଶ ହୁଏ ବୋଲି ହେବା ସଚେତନ
କ୍ରୋଧ ଦୂର କରେ ଶିକ୍ଷା ସଦଜ୍ଞାନ ।
