STORYMIRROR

Satyanarayan Sahoo

Tragedy Action Children

4  

Satyanarayan Sahoo

Tragedy Action Children

କ୍ରୋଧ ମଣିଷର ବଡ଼ ଶତ୍ରୁ

କ୍ରୋଧ ମଣିଷର ବଡ଼ ଶତ୍ରୁ

1 min
212

କ୍ରୋଧ ଅଟେ ମଣିଷର ବଡ଼ ଶତ୍ରୁ

ନାଶି ଦିଏ ସୁଖ ଶାନ୍ତି ଜୀବନରୁ ।


ନିତି ନିତି ନିମ୍ନ ଗାମୀ ସେ କରାଏ

ନିଷ୍ଠୁର , ନୀଚ ଓ ବର୍ବର ପାଲଟେ ।


ମଣିଷ ତାହାରି ପ୍ରଭାବ ହେତୁ ରୁ

ଯେତେ ଧ୍ଵଂସ ଲୀଳା ଉପୁଜେ କ୍ରୋଧରୁ ।


ନିମିଷକେ କ୍ରୋଧ ଅଶେଷ ଅହିତ

କରି ଦିଏ ନିତ୍ୟେ ଜୀବନ ବିଧ୍ବସ୍ତ ।


ନିରନ୍ତର ସେହି ବଢ଼ି ବେଳୁ ବେଳ

ରଚଇ ଅଶେଷ ଧ୍ଵଂସ ଦlବାନଳ ।


ଅନିଷ୍ଟ ସାଧିତ କରେ ଅବିରତ

କ୍ରୋଧ ଘେନି ହୁଏ ମଣିଷ ଉନ୍ମତ୍ତ ।


ପିଶାଚ ସାଜି ସେ ବହୁ ଅନଟନ

ହତ୍ୟା , ବିଭୀଷିକା ରଚେ ଅନୁକ୍ଷଣ ।


ସହନ ଶକତି ଧଯ୍ୟ , ସଦଗୁଣ

ଅଭାବ ରୁ କ୍ରୋଧୀ ହୋଇ ଉଠେ ମନ ।


କ୍ରୋଧ ହିଁ ଭୁଲାଏ ହିତାହିତ ଜ୍ଞାନ

ଆନ ମନେ ଦିଏ ଅସହ୍ୟ ଜ୍ବଳନ ।


ପ୍ରତି କ୍ରିୟା ଭାବେ ଫେରି ଆସେ ତାହା

ଉଭୟ ପରାଣେ ଦିଏ ପୀଡ଼ା ଜ୍ଵାଳା ।


ସହିଷ୍ଣୁତା ହୀନ ଅଟନ୍ତି ଯେ ଜନ

କ୍ରୋଧ କବଳିତେ ହୁଅନ୍ତି ଅଜ୍ଞାନ ।


ରଚାନ୍ତି ଅଶେଷ ନାରକୀୟ କାଣ୍ଡ

କ୍ରୋଧୀ ମଣିଷ ଯେ ଅତ୍ୟନ୍ତ ପାସଣ୍ଡ ।


ନୃଶଂସ ଭାବ ରେ ଅନାଚlରେ ରତ

ନିରନ୍ତରେ ସାଧେ ସବୁରି ଅହିତ ।


କ୍ରୋଧ ଅଟେ ମଣିଷର ବଡ଼ ଶତ୍ରୁ

ଦୂରେଇ ରହିବା ଆସ ତା ପlଶରୁ ।


କ୍ରୋଧ ଅଟେ ମଣିଷର ବଡ଼ ଶତ୍ରୁ

ସୁଖ ଶାନ୍ତି ଧନ ମାନ ତା' ହେତୁରୁ ।


ନାଶ ହୁଏ ବୋଲି ହେବା ସଚେତନ

କ୍ରୋଧ ଦୂର କରେ ଶିକ୍ଷା ସଦଜ୍ଞାନ ।



Rate this content
Log in

Similar oriya poem from Tragedy