STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

କର୍ମଯୋଗୀ ଜନ୍ମଦିନ

କର୍ମଯୋଗୀ ଜନ୍ମଦିନ

1 min
387


ବିଚ୍ଛିନ୍ନାଞ୍ଚଳ ରୁ ଶୁଭକାମନାଟି ଜନ୍ମଦିନେ ମୋଦିଙ୍କର,

ଅଭିନନ୍ଦନଟି ଗାଁ ଗହଳରୁ

କରୁଛୁ ପୂଜା ଶଙ୍କର।


କାଶୀବିଶ୍ବନାଥ ସୁସଜ୍ଜିତ କଲ ନିର୍ମାଣ ରାମ ମନ୍ଦିର,

ଗ୍ରାମୀଣ ଭାରତ ତବ ସେବା ବଳୁ

ଉନ୍ନତିରେ ଅଗ୍ରସର।


ଗାଁଆ ଗହଳିକୁ ସୁସଜ୍ଜିତ କଲ ଦେଲ ତାଙ୍କୁ ଅଧିକାର

ମୋଦି ମୋଦି ନାମ ଗୁଞ୍ଜୁଛି ଗାଆଁରେ

କଲ ଭ୍ରଷ୍ଟାଚାର ଦୂର।


ଦେବ ବିଶ୍ବକର୍ମା ଜୟନ୍ତୀରେ ତୁମ ଜନମ ପବିତ୍ର ଧାମେ,

ହୋଇ ବିଭୂଷିତ ଈଶ୍ୱର ଶକ୍ତିରେ

ସବୁତ ସମ୍ଭବ ଧାମେ।


ଜାତିବାଦ ନାହିଁ ସମଭାବ ଏଠି ନାହିଁ ସାନ କେହୁ ବଡ଼,

ସେବା ଭାବ ତୁମ କରୁଛି ଗର୍ବିତ

କଲ କର୍ମ ଜ୍ଞାନ ବଡ଼।


କର୍ମ ବଳୁ ଏବେ ଯୁବା ଓ ଯୁବତୀ ଆତ୍ମନିର୍ଭରର ପଥେ,

କରିଲ ଜାଗ୍ରତ ଆତ୍ମବିଶ୍ବାସକୁ

ଯୁବାଙ୍କ କର୍ମର ପଥେ।


ସତ୍ୟ ତ୍ୟାଗ ଧର୍ମ ଅଙ୍କୁରାରୋପଣ ରାଷ୍ଟ୍ରଧର୍ମ କଲ ବଡ଼,

କଲ ଶକ୍ତିଶାଳୀ ଭାରତବର୍ଷକୁ

କର୍ତ୍ତବ୍ୟ କୁ କଲ ବଡ଼।


ଅସମ୍ଭବ କାର୍ଯ୍ୟ ସମ୍ଭବ କରିଲ ଗଣ୍ଠିରେ ସବୁ ବାନ୍ଧିଲ,

କର୍ତ୍ତବ୍ୟର ଗାଥା ଗୁଞ୍ଜୁଛି ବିଶ୍ବରେ

ବିଶ୍ବକୁ ସଙ୍ଗେ ଆଣିଲ।


ବିଶ୍ବ ନେତା ତୁମେ ବିଶ୍ବେ ଶ୍ରେଷ୍ଠ ତୁମେ ନାମଟି ବିଶ୍ବେ ଗୁଞ୍ଜୁଛି,

ଜନ୍ମ ଦିନେ ତୋର ଶୁଭକାମନାଟି

ବିଶ୍ବ ଆଜି ଦେଉଅଛି।


ଗର୍ବ ଅନୁଭୂତି ଦେଶବାସୀଙ୍କୁରେ ମୋଦି ପରି ନେତା କାହିଁ,

ଆବିର୍ଭାବ ରାଷ୍ଟ୍ରେ ରାଷ୍ଟ୍ରର ନିର୍ମାଣେ

ଈଶ୍ୱର ଶକ୍ତିରେ ଯହିଁ।


ଶିଶୁ ଗାଉ ଅଛି ମୋଦି ମୋଦି ବଲି ବିଧବା ଗାଉଛି ମୋଦି,

ବୃଦ୍ଧ ଗାଉଛନ୍ତି ମୋଦିଙ୍କ କର୍ମକୁ

ବିଶ୍ବ ଗାଏ ମୋଦି ମୋଦି।


ରାଷ୍ଟ୍ର ସିଂହ ଭାଇ ଚିତା ଛାଡି ଦେଲେ ଅମୃତ କାଳରେ ଯହିଁ

ବିଲୁପ୍ତ ଥିଲେରେ ଚିତା ଭାରତରୁ

ମୋଦି ଆଣି ଦେଲେ ତହିଁ।


କର୍ତ୍ତବ୍ୟେ ଭୂଷିତ କାର୍ଯ୍ୟ ରାଷ୍ଟ୍ର ପାଇଁ ଦିନେ ଛୁଟି ନାହିଁ ତାଙ୍କ,

ଜନ୍ମଦିନ ତାଙ୍କ ହେଉ ଶୁଭମୟ

ଆଶିର୍ବାଦ ଜନତାଙ୍କ।


ଜନଙ୍କ କାମନା ସ୍ବାସ୍ଥ୍ୟ ପାଇଁ ତାଙ୍କ ଦେଶ ହେଉ ବିଶ୍ବ ଗୁରୁ,

ତାଙ୍କ ବଳୁ ହେଲା ନୂତନ ଭାରତ

ଅମୃତ କାଳଟି ଶୁରୁ।



Rate this content
Log in

Similar oriya poem from Abstract