STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ମମୟ ଦୁନିଆ

କର୍ମମୟ ଦୁନିଆ

1 min
496

ଦୁର୍ଲ୍ଲଭ ଦୁନିଆ ପାଇଁ ଧର୍ମକର୍ମ

   କର୍ମ ଅଟେ ସର୍ବୋପରି,

ବିନା କର୍ମେ ହୁଏ ବୃଥା ଏ ଜୀବନ

   ନହୁଏ ଠାବ ତାହାରି।


ଆବଶ୍ୟକ ସେହୁ ନକରେ ପୂରଣ

   ନମିଳେ ଶାନ୍ତି ତାହାରେ,

କର୍ମକୁଢ ପରି ଜୀବନ ବ୍ୟତୀତ

   ଅଶାନ୍ତି ସର୍ବେ ଗୃହରେ।


ହୁଏଟି ଅଶାନ୍ତି ଧର୍ମପତ୍ନୀ ତାର

  କର୍ମକୁ ଆଦରୀ ରୁହେ,

ଜୀବନ ବ୍ୟତୀତ ଅତି ହିଁ କଷ୍ଟରେ

  କଷ୍ଟେ ପିତୃମାତୃ ରୁହେ।


ଭାଗ୍ୟହୀନ ସର୍ବେ କି ପୁତ୍ର ତାଙ୍କର

  କର୍ମପ୍ରତି ମନ ନାହିଁ,

ସଙ୍ଗ ସାଥି ମେଳେ କୁକର୍ମରେ ଜଡ଼ିତ

  ଧ୍ୟାନଟି କର୍ମରେ ନାହିଁ।


ମାଦକ ପଦାର୍ଥେ ଲିପ୍ତ ଅନୁକ୍ଷ୍ୟଣ

  ଗୃହ ପ୍ରତି ଧ୍ୟାନ ନାହିଁ,

ପତ୍ନୀ ଓ ସନ୍ତାନ ଭବିଷ୍ୟ ତାଙ୍କର

   ଅନ୍ଧାର ସର୍ବଦା ତହିଁ।


ପିତୃମାତୃ ଚିନ୍ତା ନାହିଁ ତା ଜୀବନେ

   ନାହିଁ ଚିନ୍ତା ଗୃହ ଜନେ,

ଚିନ୍ତା ମାତ୍ର ତାର ସଙ୍ଗସାଥି ମେଳ

   ନାହିଁ କର୍ମ ପ୍ରତି ଧ୍ୟାନେ


ମନୁଷ୍ୟ ଜୀବନ ବୃଥା ହୁଏ ତାର

  ଘୃଣା କରୁଥାନ୍ତି ଲୋକେ,

ମୂଲ୍ୟ ନାହିଁ କିଛି ଜୀବନ ତାହାର

  ଦୂରରେ ରଖନ୍ତି ଲୋକେ।


ନାହିଁ ପ୍ରଭୁ ଭକ୍ତି ଜୀବନେ ତାହାର

  ମଧୁଶାଳା କରେ ଶ୍ରେଷ୍ଠ,

କୁକର୍ମରେ ସେହୁ ଜଡ଼ିତ ରୁହେଟି

  ପାପକର୍ମେ ହୁଏ ଭ୍ରଷ୍ଟ।


ବୃଥାରେ ମିଳିବ କେଉଁ ଠାରୁ ଅର୍ଥ

  ପଛରେ ସେ ଧାଉଁ ଥାଏ,

ଦୁର୍ଲ୍ଲଭ ଜୀବନ କର୍ମହୀନ କରି

  ଅତି କଷ୍ଟ ପାଉଥାଏ।


ଦୂର ରହିବାଟା ଅତି ଆବଶ୍ୟକ

  ଏପରି ଜନଙ୍କ ଠାରୁ,

କର୍ମହୀନ ହୋଇ ଅକର୍ମ ଉପାଧି

  ପାଇ ଅଛି ଜୀବନରୁ।


କୃଷ୍ଣ ଉପଦେଶ ଜ୍ଞାନ ନାହିଁ ତାର

   ଗ୍ରହଣ ନକଲା କର୍ମ,

ଜ୍ଞାନ କର୍ମ ଅଟେ ଜୀବନ ରତନ

   ନବୁଝିଲା ତାର ମର୍ମ।


ମୂଲ୍ୟ ନାହିଁ ତାର ମନୁଷ୍ୟ ଜୀବନ

   ପାପ ପଙ୍କେ ସରବର,

ନର୍କରେ ଗମନ ନିଶ୍ଚୟ ତାହାର

   ବୃଥା କଲା କଳେବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract