STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

କର୍ମ ଫଳ

କର୍ମ ଫଳ

1 min
414

ପିତାମାତା ଗୁରୁ ସଭିଏଁ ସମାନ

ବିଭୁଙ୍କର ଅବତାର

ଅବହେଳା କେବେ କରିବନି ଜମା

ମନେ ରଖ ନିରନ୍ତର ।


ଜ୍ଞାନ ଦିଏ ଗୁରୁ ସଂସ୍କାର ଯେ ଘରୁ

 ନିରବଧି ମିଳୁଥାଏ

ଆୟତ୍ତ କରିଲେ କର୍ମରେ ଫଳିଲେ

ଜୀବନ ସାର୍ଥକ ହୁଏ।


ଜୀବନ ଯେଉଁଠି ଯାତନା ସେଇଠି 

ସୁଖ ଲାଗେ କ୍ଷଣସ୍ଥାୟୀ ,

ଅନ୍ଧାର ଆଲୋକ ଦୁଃଖ ପରେ ସୁଖ 

ଚକ୍ରପରି ଘୁରୁଥାଇ।


ଏସବୁ ଭିଆଣ ବିଧିର ବିଧାନ 

କର୍ମରେ ଜନ୍ମ ମିଳଇ

ଧୈର୍ଯ୍ଯରେ ଯେ ନର କରଇ ବେଭାର

ଜୀବନ ଧନ୍ଯ ହୁଅଇ।


ପର ମନ ଜାଣି କାମ ଯେ କରଇ 

ମଣିଷ ପଣରେ ଗଣା

ଦୁନିଆ ହସିଲେ ଶାନ୍ତି ତ ମିଳଇ 

କରିବନି ଜମା ଊଣା।


ସ୍ନେହ ପ୍ରେମ କ୍ଷମା ତ୍ଯାଗର ମହିମା

ଜଗତେ ଅଟେ ବିଦିତ,

ଏହି ଆଭୂଷଣ ବିନା ଏ ଜୀବନ

ଲାଗୁଛି ସଦା ସଂଘାତ।


ଉପାଧି ଆସନ ଜୀବନ ଯୌବନ 

ଚୀରଦିନ ଯେ ନୁହଁଇ,

ଧନୀକ ଗରିବ ଶାସକ ଶାସିତ

ଶ୍ମଶାନେ ଏକ ହୁଅଇ।


ଅଢେଇ ଦିନର ବଡିମା କାହିଁକି

କେହି ନୁହେଁ ଆପଣାର

ବିଭୁ ଏକା ତୋର ପ୍ରାଣର ଠାକୁର

ଧ୍ୟାୟୁ ଥିବୁ ନିରନ୍ତର ।


କିଏ ତୋର ଜାୟା କିଏ ତୋର ପୁତ୍ର 

ସଂସାର ଅଟେ ବିଚିତ୍ର ,

ଜୀବନ ତୋହର ଅତିବ ଚଞ୍ଚଳ 

ଜଳ ଯେହ୍ନେ ପଦ୍ମ ପତ୍ର।


ଜନ୍ମ ପଛେ ପଛେ ମୃତ୍ୟୁ ଯେ ଆସଇ

ମଝିରେ ବସଇ ହାଟ,

ହାଟୁଆ ବାଟୁଆ ସାକ୍ଷାତ ହୁଅନ୍ତି

କର୍ମ ଅନୁସାରେ ଭେଟ।


ହାଟ ତ ସରିଲା ଫେରିବାକୁ ହେବ

କର୍ମର ସଉଦା ନେଇ,

କର୍ମ ଭଲ ଥିଲେ ପୁଣି ଭେଟ ହେବ

ଆଉ ଏକ ଜନ୍ମ ପାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics