କର୍ମ ହିଁ ଭଗବାନ
କର୍ମ ହିଁ ଭଗବାନ
କର୍ମଯୋଗୀ ହୋଇ କର୍ମ ତୁ କରିବୁ
କର୍ମ ପରା ଭଗବାନ,
ପାଇବୁ ନିଶ୍ଚୟ ସତ୍ୟବାଦୀଙ୍କୁରେ
ମିଳିବ ତାଙ୍କ ଦର୍ଶନ।
କରୁଣା ଥାଏ କର୍ମୀରେ
ନର ଦେହ ଛାଡ଼ି ବୈକୁଣ୍ଠରେ ସ୍ଥାନ
କର୍ମୀର କର୍ମ ଫଳରେ !!
ଜନସେବା କର୍ମ ଭବେ ସର୍ବୋପରି
ପରା ରାଷ୍ଟ୍ର ପ୍ରେମ ପ୍ରୀତି
କର୍ମ ଜ୍ଞାନ ଯହୁଁ ଅତୁଳନୀୟ ହେ
ଦର୍ଶନ ପ୍ରଭୁଙ୍କ ଜ୍ୟୋତି।
କର୍ମ ଭଗବାନ ଶାସ୍ତ୍ର କହୁଅଛି
କର୍ମ ଯୋଗୁଁ ପ୍ରାପ୍ତି ମୁକ୍ତି।
ଶକ୍ତି ବଳେ ହୁଏ ଶାନ୍ତି
କର୍ମ ଜ୍ଞାନ କାଣ୍ଡ କହିଥିଲେ କୃଷ୍ଣ
ମନୁଷ୍ୟ କର୍ମର ନୀତି !!
ବୃଦ୍ଧ କାଳେ ସେବା ପିତୃମାତୃଙ୍କର
ଦେଖିବୁ ପରମବ୍ରହ୍ମ
ରାଷ୍ଟ୍ର ହିତେ କାର୍ଯ୍ୟ କରୁ ଥିବ ପ୍ରାଣ
ଦର୍ଶନ ହେ ଦାରୁବ୍ରହ୍ମ।
ମର୍ଯ୍ୟାଦା ପୁରୁଷ ରାମ
କର୍ମରେ ଦର୍ଶନ ବାଲ୍ୟରୂପ ତାଙ୍କ
ନୟନେ ଅଯୋଧ୍ୟା ଧାମ !!
