କରିଦିଅ ଅନ୍ତ
କରିଦିଅ ଅନ୍ତ
ଅପେଖ୍ୟାର କେବେ ମୋର କରିଦିଅ ଅନ୍ତ
ମିଛଟାରେ ହେଉ ପଛେ ସପନରେ କେବେ ଆସ
କଥାତ ଦେଇନ କେବେ ମୁଁ ରଖିଛି ଭରସା
ତୁମେତ ପ୍ରଣତୀ ଦେବୀ ନକର ନିରାସା ।
ପୂଜ୍ୟ ତୁମେ ସଦାସର୍ବେ ମୋ ମନ ମନ୍ଦିରେ
ପଲକେ ରହିଛ ଭରି ନିଦେ ଅବା ଉଜାଗରେ
ସକାଳ ଆରମ୍ଭ ହୁଏ ତୁମ ଭାବନାରେ
ତୁମ ଛବି ଭାସୁଥାଏ ସଞ୍ଜ ଆଳତୀରେ ।
ଆସ ଥରେ ଉଡି କେବେ ଆକାଶରେ ମୋର
ଉଡି ମୁଁ ପାରେନା ଯାଇ ବାଟ ଲାଗେ ବହୁଦୂର
ଦିଗତ ଜାଣିନି ନୂଆ କେମିତି ପାରିବି ଉଡି
ପ୍ରେମର କଅଁଳ ଡେଣା ପାରେ ନାହିଁ ମୁଁ ଝାଡି ।