କରିଦେଲା ମୋତେ ପର
କରିଦେଲା ମୋତେ ପର
ସେଦିନ ସପନେ ଦେଖିଲି ନୟନେ
ନବୀନ ସୁନ୍ଦରୀ ବାଳା,
ଥିଲା ସେହି ବାଳା ପାଶରେ ମୋହର
କରୁଥିଲି ଗଳେ ମାଳା ।
ବଜାରେ ସହରେ ବୁଲୁଥିଲେ ଦୁହେଁ
ରହୁଥିଲେ ହୋଟେଲରେ,
ଗପୁ ଥିଲେ ଆମେ ଘଣ୍ଟା ଘଣ୍ଟା ଧରି
ସେଇ ବନ୍ଦ କୋଠରୀରେ ।
ପ୍ରମୋଦ ଉଦ୍ୟାନେ ନିର୍ଜନ ସ୍ଥାନରେ
କଥା ହେଉଥିଲେ ବସି,
ତା କୋଳରେ ମୋର ମଥା ରହିଥାଏ
ଚୁଳ ଦିଏ ସେ ଆଉଁସି ।
ଦୁହେଁ ଦୁହିଁଙ୍କର ମୁଖ ଦେଖୁଥିଲୁ
ମିଳି ଥାଏ ଚାରି ଆଖି ,
ପତ୍ନୀ ଡାକିଦେଲେ ନିଦ ଭାଙ୍ଗିଗଲା
ନପାରିଲି ସ୍ଵପ୍ନ ଦେଖି ।
ପାଇବିକି ଆଉ ଦେଖି ସେ ବାଳାକୁ
କରିବି ଗଳାରେ ହାର,
ଜୀବନେ ନହେଲେ ସପନରେ ସିଏ
କରିଦେଲେ ମୋତେ ପର ।

