କରିଦେ କାଳିଆ
କରିଦେ କାଳିଆ
ମୋତେ ଟେଳାଏ ମାଟିଟେ
କରିଦେ କାଳିଆ
ଚକଟି ମକଟି ହସନ୍ତି
ମୃଣ୍ମୟ ମୂର୍ତ୍ତିରେ ସାଜନ୍ତି
ମାଟିର ଦିଅଁରେ ବିରାଜନ୍ତି
ଚହଟି ଚଉପାଟିରେ
ପୂଜା ଆରାଧନାରେ
ମାୟା ବିସ୍ତାରନ୍ତି ତୋ ଭଳିଆ
କାଳିଆରେ କାଳିଆ --
ମୋତେ ଟେଳାଏ ମାଟିଟେ
କରିଦେ କାଳିଆ।
ମୋତେ କଦଳୀ ଭେଳାଟେ
କରିଦେ କାଳିଆ
ନଈବଢି ଆସିଲେ ମାଡ଼ି
ବନ୍ଧ ବାଡ ଧୋଇ ମରୁଡ଼ି
ଘର ଦ୍ଵାର ଗଲେ ଭଜୁଡି
ଗାଁ ଗାଁ ସଂପର୍କ ଗଲେ ଛିଡ଼ି
ଗରିବ ଗୁରୁବାଙ୍କୁ ଯୋଡିବାକୁ
ମାଛ ମାରି ପେଟ ପୋଷିବାକୁ
ଯୋଡି ଦେ ତରଣୀ ଭଳିଆ
କାଳିଆରେ କାଳିଆ
ମୋତେ କଦଳୀ ଭେଳାଟେ
କରିଦେ କାଳିଆ ।
ମୋତେ ରଜର ଦୋଳିଟେ
କରିଦେ କାଳିଆ
ଯେତେ ବିକଳାଙ୍ଗ ପୁଅ ଝିଅ
ବାପଛେଉଣ୍ଡ ବାଢୁଅ ଝୁଅ
ବିଧବା ମହିଳା ଅନ୍ତୋଦୟ
ବେସାହାରାଙ୍କୁ ଝୁଲେଇ ବୁଲେଇ
ବନସ୍ତେ ଡାକିଲା ଗଜ ଗାଇ ଗାଇ
ମନଖୋଲା ହସ ଖୋରାଜ ମଲ୍ଲୀ ଫୁଲିଆ
କାଳିଆରେ କାଳିଆ
ମୋତେ ରଜ ର
କରିଦେ କାଳିଆ।
ମୋତେ କାଠ ଖଡ଼ମଟେ
କରିଦେ କାଳିଆ
ଯୋଗୀ ଋଷି ମହିମା ବାବାଙ୍କ ଯାତ୍ରା
କଂକ୍ରିଟ ପିତୁ ରାସ୍ତାରେ ଗରମ ମାତ୍ରା
ଖାଲି ପାଦରେ ପରିଭ୍ରମଣ ମିତ୍ରା
ସେହି ମହାମନିଷୀଙ୍କ ପାଦର ପାଦୁକା
କାଠ ଚପଲ କରି ବୁଲେଇ ଦେ ଦେଶ ଦୁନିଆ
କାଳିଆ ରେ କାଳିଆ
ମୋତେ କାଠ
କରିଦେ କାଳିଆ।
ମୋତେ ତୁଳସୀ ମାଳିଟେ
କରିଦେ କାଳିଆ
ବାଳ ଦାନ କଲେ ମୃତାହ କର୍ମେ
ସହଣିଆ ବାଳକେ ମନ୍ଦିର ମର୍ମେ
ଭଜନ କିର୍ତ୍ତନ ପାରାୟଣ ଧର୍ମେ
ବେଳରେ ଶୋଭିତ ତୁଳସୀର କଣ୍ଠି ମାଳ
କରି କପାଳେ ଚନ୍ଦନ ଚିତା ଧରି
ପାର କରିଦେ ଭବ ସଂସାର ଗୋଳିଆ
କାଳିଆରେ କାଳିଆ
ମୋତେ ତୁଳସୀ ମାଳି ଟେ
କରିଦେ କାଳିଆ ।
