STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସମ୍ଭବାମୀର ସୀମାନ୍ତ

ସମ୍ଭବାମୀର ସୀମାନ୍ତ

1 min
1

କବିତା - ସମ୍ଭବାମୀର ସୀମାନ୍ତ
ରଚନା - ପଞ୍ଚାଳନ ଜେନା
ତାରିଖ -୧୮-୦୨-୨୦୨୬
+++++++++++++++++++
 କି ହେବ ଶବ୍ଦରେ କହିଲେ?
 ଯାହା ବିତେଇଛି ତାହା ପରା ଭ୍ରମ
ଯାହା ଗୁନ୍ଥେଇଛି ତାହା ପରା ପ୍ରେମ

 କି ହେବ ଭାବରେ ବୁଝେଇଲେ ?
ଯାହା ଭିଜେଇଛି ତାହା ପରା ବାସ୍ନା
 ଯାହା ଛଡେଇଛି ତାହା ପରା ତୃଷ୍ଣା

 କି ହେବ ଭାଷାରେ ଲେଖିଦେଲେ?
 ଯାହା ହଜେଇଛି ତାହା ପରା ଅସ୍ତିତ୍ବ
 ଯାହା ଲୁଟେଇଛି ତାହା ପରା ନାରୀତ୍ଵ

 କି ହେବ ଅନୁଭବେ ପାଚିଗଲେ?
ଯାହା କନ୍ଦେଇଛି ସେ ପରା କୋହ
ଯାହା ବନ୍ଦେଇଛି ସେ ପରା ମୋହ

 କି ହେବ ସମସ୍ୟାରେ ବୁଡିଗଲେ?
ଯାହା ଜଡେଇଛି ତାହା ପରା ପୂଜନୀୟ
ଯାହା ଫୁଟେଇଛି ତାହା ପରା ବନ୍ଦନୀୟ

 କି ହେବ ଅଭିନୟ କରି ଚାଲିଲେ ?
 ଯାହା ମେଲେଇଛି ତାହା ପରା ହସନ୍ତ
ଯାହା ଫିଟେଇଛି ତାହା ପରା ବସନ୍ତ

 କି ହେବ ଅତ୍ୟାଚାର କରି ବସିଲେ?
ଯାହା ସମ୍ଭବାମୀ ତାହା ପରା ଭାଗ୍ୟଚକ୍ର
ଯାହା ସମ୍ୟଗାମୀ ତାହା ପରା କାଳଚକ୍ର

 କି ହେବ ଅଟ୍ଟାଳିକା ଗଢି ତୋଳିଲେ ?
ଯାହା ଝାଳବଳେ ତାହା ପରା ସୁପ୍ତଧନ
 ଯାହା ଛଳେବଳେ ତାହା ପରା ଗୁପ୍ତଧନ

 କି ହେବ ଆଉ ଅଧିକା ଯେ ବୟସର ଅପରାହ୍ନେ ?
 ଯାହା ନିଜ ଆଗରେ ମାନ ସମ୍ମାନ ହେବ ଧୂନୀ
 ଗୋଟେଇଥିବା ମୁଠାଏ ସମ୍ମାନ ଅଜ୍ଞାନ ବଳେ ହାନି |


Rate this content
Log in

Similar oriya poem from Tragedy