STORYMIRROR

Panchanan Jena

Romance

4  

Panchanan Jena

Romance

ବୃଥା ଆଳାପ

ବୃଥା ଆଳାପ

1 min
1

କବିତା - ବୃଥା ପ୍ରଳାପ
 ରଚନା - ପଞ୍ଚାନନ ଜେନା
ତାରିଖ -୧୬-୦୨-୨୦୨୬
++++++++++++++++
 ଆବଦ୍ଧ ଆଲିଙ୍ଗନରେ ଭେଟିବା
ଚୁମ୍ବକୀୟ ଚୁମ୍ବନରେ ଚାଖିବା
 ଭଲପାଇବାର ମଧୁର ସ୍ଵାକରୋକ୍ତି କି ?

 ଜାବୁଡି ହାମୁଡି ଧରିବା
ବାହୁବନ୍ଧନେ କୁଣ୍ଢେଇ ଚାପିବା
ପ୍ରେମ କରିବାର ବିପ୍ରଲମ୍ବ ନିଶା କି ?

 ଟିକେ ଦୁଷ୍ଟାମି ନଖରାମି କରିବା
ଓଠର ତୁଠରେ ବେକ ପଖାଳିବା
ଶିହରିତ ଶିହରଣ ଦ୍ରବଣ କି ?

 ପାଗଳ ଯୁଗଳ ପରି ସଦା ବ୍ୟାକୁଳିତ
 ସଦା କୋଳାକୋଳି ଟଣାଟଣିରେ ମିଳିତ
 ଅସମ୍ଭାଳ ଆକର୍ଷଣର କେନ୍ଦ୍ରବିନ୍ଦୁ କି ?

 ଶରୀର ପର୍ଯ୍ୟନ୍ତ ପହଞ୍ଚିବାର ସହଜ ସରଣୀ
ଆତ୍ମା ପର୍ଯ୍ୟନ୍ତ ପହଞ୍ଚିବାର ସରଳ ତରଣୀ
ଦେହ ଦେହଳୀର ମକରନ୍ଦ କି ?

 ବୋଧହୁଏ କ୍ଷଣିକ ଅଳିକ ଦେଖସୁଖରେ ସମର୍ପଣ ତରଙ୍ଗ
ଚରମ ଗରମ ଆଶ୍ଳେଷରେ ସସ୍ମୋହନୀ ସର୍ବାଙ୍ଗ
 ପ୍ରୀତି ପାରାବାରେ ବୁଡ଼ ପକେଇବା କି?

 ମାନିପାର ଶୃଙ୍ଗାରିକ ସଂଳାପ
କହିପାର କାମନାଗ୍ନିର ଆଳାପ
ଭାବିପାର ଅନନ୍ତ ପିପାସାରେ ବିଳାପ
ଲେଖିପାର ନିଶବ୍ଦ ଅଭିସାରେ ପ୍ରତାପ
 ସ୍ୱର୍ଗୟ ସୁଖର ଅଭିବ୍ୟକ୍ତି ପ୍ରେମ ପ୍ରତିଜ୍ଞାର ପ୍ରତିଶୃତି
 ମିଳନେ ମିଳଇ ନିତି ତର୍କେ ଫର୍କେ ବୃଥା ପ୍ରଳାପ l


Rate this content
Log in

Similar oriya poem from Romance