କରି ପାରିବ କି?
କରି ପାରିବ କି?
ବଗିଚାର ସବୁ ଫୁଲକୁ ତୁମେ
ଛିଣ୍ଡେଇ ନଷ୍ଟ କରି ଦେଇ ପାର
ମାତ୍ର ଫୁଲ ଫୁଟିବା ପ୍ରକ୍ରିୟାକୁ
ବନ୍ଦ କରି ପାରିବ କି ?
ବସନ୍ତ ଋତୁକୁ ଆସିବାକୁ
ରୋକି ପାରିବ କି ?
କାନ୍ଥରେ ଟଙ୍ଗା ଘଣ୍ଟାକୁ ତୁମେ
ଫୋପାଡ଼ି ଭାଙ୍ଗି ଦେଇପାର
ମାତ୍ର ସମୟକୁ
ବନ୍ଦ କରି ପାରିବ କି ?
ସମୟ ଚକ୍ରକୁ
ଲେଉଟାଇ ପାରିବ କି ?
ସବୁ ଚାରା ଗଛକୁ ତୁମେ
ଉପାଡ଼ି ଫୋପାଡ଼ି
ମାରି ଦେଇ ପାର
ମାତ୍ର ମଞ୍ଜିରୁ ଗଜା ବାହାରିବା
ବନ୍ଦ କରି ପାରିବ କି ?
ଗଛରୁ ଜଙ୍ଗଲ ହେବାର ସମ୍ଭାବନା
ଶେଷ କରି ପାରିବ କି ?
ତୁମେ ମୋ ବ୍ୟାଟ-ବଲ- ୱ୍ଵିକେଟ
ଭାଙ୍ଗି କାଟି ଫୋପାଡ଼ି ଜଳେଇ ଦେଇ ପାର
ମାତ୍ର କ୍ରିକେଟ ଖେଳ
ଶେଷ କରି ପାରିବ କି ?
ବିଶ୍ଵ କପରେ ବିଜୟ ଧାରାକୁ
ପ୍ରତିହତ କରି ପାରିବ କି ?
ଜ୍ଞାନ- ବିଜ୍ଞାନକୁ ଆୟୁଧ କରି
ବିଶ୍ଵ ବିଜୟୀ ହୋଇପାର
ମାତ୍ର ଭୀମକାନ୍ତ ପ୍ରକୃତିକୁ
ହରେଇ ପାରିବ କି ?
ନୈସର୍ଗିକ ପରିବେଶକୁ
ଶେଷ କରିପାରିବ କି ?
ବେଳେ ବେଳେ ପ୍ରକୃତି ରାଗୁଛି
କେତେ ବା ସହିବ ଲୁହ
କରୋନା କୁହ ବା ସୁନାମୀ ସୁଅ
ସବୁ ସେହି ପ୍ରକୃତିର ଖିଅ
ସୀମାରେଖା ଉଲଂଘନ କରୁଛି ଅଜ୍ଞାନ
ଆଗ ପଛ ବିଚାର ଛାଡ଼ି
ମାଳିକା କହୁଛି ଯେତେ ବି ଚେତୋଉଛି
କଳା ମୁଣ୍ଡିଆ ଯାଉଛି ମାଡ଼ି
ଭସ୍ମାସୁର ବଂଶର ମୋଟା ଦାୟାଦ
ନିଜ ହସ୍ତେ ଜିହ୍ଵା ଛେଦନ ଲିଖିତ
ବିବେକ ବାଦନ ଲଲାଟ ଲିଖନ
ସମାପ୍ତ ପରାସ୍ତ ଶେଷ ସମୟ ସମାହିତ ।