STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

କ୍ରାନ୍ତିକାରୀ ଶାନ୍ତି ମୁଣ୍ଡା

କ୍ରାନ୍ତିକାରୀ ଶାନ୍ତି ମୁଣ୍ଡା

1 min
353


ସେ ଥିଲେ ଏକ ମଣିଷ ନିଜକୁ ଗଣଚେତନା 

ସହ ଏକାଠି ହୋଇ

ଉଦାହରଣ ଆମ ଦେଶରେ ଉତ୍ସର୍ଗୀକୃତ ଭାବ

ରେ ଚାଲିବା ପାଇଁ ।


କୃଷକଙ୍କୁ ଦମନ ବିରୁଦ୍ଧରେ, ସିଏ ସଦାବେଳେ

ପ୍ରତିରୋଧ କରିଣ ଥାନ୍ତି 

ଅନ୍ୟାୟ ଓ ଶୋଷଣ ବିରୁଦ୍ଧେ ସେ ଶୋଷିତଙ୍କୁ 

ସଂଗଠିତ କରନ୍ତି ।


ମାନବିକ ଅଧିକାର ଗୁଡିକର ସୁରକ୍ଷା, ତାଙ୍କ 

ପାଇଁ ଥିଲା ସୁଖ ସପନ,

ପ୍ରତ୍ୟେକ ମଣିଷ ଭିତରେ ଆତ୍ମମର୍ଯ୍ୟାଦା ସ୍ରୋତ

ତିଆରି କରିବାର ପ୍ରଯତ୍ନ ।


ଅବହେଳିତ ମଣିଷର ଅଧିକାର ନିମିତ୍ତ ସବୁ 

ସଙ୍ଘର୍ଷରେ ଥିଲା ସମର୍ଥନ

ସମସ୍ତ ବଂଚିତ ମଣିଷ ସହ ଏକାତ୍ମ ହେବାର 

ଥିଲା ତାଙ୍କ ବ୍ୟାକୁଳପଣ ।


ଭବିଷ୍ୟତେ ଇତିହାସ ସାକ୍ଷୀ ହୋଇ ରହିବ 

ନିପୀଡ଼ିତ ମଣିଷଙ୍କ ପାଇଁ

କି,ପରି ଏକାତ୍ମ ହୋଇଥିଲେ ନିଜର ସର୍ବନିମ୍ନ 

ସୁଖସୁବିଧାକୁ ଛାଡି ଦେଇ ।


ଜନମିଲେ ୧୯୪୨ ମସିହା ଦାର୍ଜିଲିଂ ଜିଲ୍ଲା

ର ହାତୀଘସି ଗ୍ରାମରେ

ପିତା ବରଇ ମୁଣ୍ଡା ଓ ମାତା ହିମସାରୀଙ୍କ 

ପ୍ରଥମ ସନ୍ତାନ ହିସାବରେ ।


କୃଷକ ଉପରେ ଶୋଷଣ, କୃଷକର ସନ୍ତାନ 

ରୂପେ ସେ ଅଙ୍ଗେ ନିଭାନ୍ତି, 

ସେମାନଙ୍କ ଦୁଃଖ ଯନ୍ତ୍ରଣା ବିରୁଦ୍ଧେ ସଂଘର୍ଷ

ରେ ସେ ତ ସାମିଲ ହୁଅନ୍ତି ।


ଯେବେ ନିପୀଡ଼ିତ ମଣିଷଙ୍କୁ ନେଇ ଆତ୍ମ

ପ୍ରଚାରର ରାଜନୀତି ଚାଲିଛି

ସେବେଳେ, ସେମାନଙ୍କ ଲହୁ ଲୁହ ସହ 

ଏକାକାର ହେବା ଜନତା ଦେଖୁଛି ।


ଏତେ ବେଶି ଏକାତ୍ମ ଥିଲେ ଦଳିତ ଓ 

କୃଷକମାନଙ୍କ ଆନ୍ଦୋଳନରେ 

ଯୋଗ ଦେଉଥିଲେ ନିଜର ପନ୍ଦର ଦିନ

ର ସନ୍ତାନକୁ ବାନ୍ଧିଣ ପିଠିରେ ।


ସଂଘର୍ଷରୁ ସେ ନାରୀ ଅସ୍ମିତାର ଜାଗରଣ 

ସମ୍ଭବ କରେଇ ପାରିଥିଲେ

"ମହିଳା ସଂଘର୍ଷ ସମିତି " ଗଠନ କରି 

ସେମାନଙ୍କୁ ସାମିଲ କଲେ ।


ଜୀବନକୁ ପାଣି ଛଡ଼େଇ କାମ କରିଛନ୍ତି 

୧୯୭୨ରୁ ୧୯୭୭ ମସିହାରେ

ନେପାଳ, ବିହାର, ପଶ୍ଚିମବଙ୍ଗ, ଇସଲାମପୁର, 

ଜଲପାଇଗୁଡ଼ି ସ୍ଥାନରେ ।


ଦେଶରେ ଜରୁରୀ କାଳୀନ ପରିସ୍ଥିତିରେ 

ଚାଲିଥିଲା ରାଷ୍ଟ୍ରର ଦମନ

ରାଜରାସ୍ତାରେ ମହିଳା ପ୍ରତିବାଦ କରିବା ହୁଏ 

ଏକ ବିରଳ ଉଦାହରଣ ।


ରାଷ୍ଟ୍ରୀୟ ସନ୍ତ୍ରାସକୁ ଖାତିର୍ ନକରି ଚାଲନ୍ତି 

ନାଗରିକ ମର୍ଯ୍ୟାଦାର ଲଢେଇରେ

ଏବେ ମଧ୍ୟ ଅନେକ ଆନ୍ଦୋଳନ ସହ କାର୍ଯ୍ୟ 

କରିଆସୁଛନ୍ତି ଉତ୍ତର ବୟସରେ


ସାଧାରଣ ଜନତାଙ୍କ ବଞ୍ଚିବାର ପାଇଁ ବିଦ୍ରୋହ

ର ସୂତ୍ରଧର ଶାନ୍ତି ମୁଣ୍ଡାଙ୍କୁ

ମୁଁ ଚିତ୍ତ ରଂଜନ ନନ୍ଦ ଜଣାଏ ସନମାନ ଅଶି 

ପର ବୟସର କ୍ରାନ୍ତିକାରୀଙ୍କୁ ।


Rate this content
Log in

Similar oriya poem from Inspirational