କ୍ରାନ୍ତିକାରୀ ଶାନ୍ତି ମୁଣ୍ଡା
କ୍ରାନ୍ତିକାରୀ ଶାନ୍ତି ମୁଣ୍ଡା
ସେ ଥିଲେ ଏକ ମଣିଷ ନିଜକୁ ଗଣଚେତନା
ସହ ଏକାଠି ହୋଇ
ଉଦାହରଣ ଆମ ଦେଶରେ ଉତ୍ସର୍ଗୀକୃତ ଭାବ
ରେ ଚାଲିବା ପାଇଁ ।
କୃଷକଙ୍କୁ ଦମନ ବିରୁଦ୍ଧରେ, ସିଏ ସଦାବେଳେ
ପ୍ରତିରୋଧ କରିଣ ଥାନ୍ତି
ଅନ୍ୟାୟ ଓ ଶୋଷଣ ବିରୁଦ୍ଧେ ସେ ଶୋଷିତଙ୍କୁ
ସଂଗଠିତ କରନ୍ତି ।
ମାନବିକ ଅଧିକାର ଗୁଡିକର ସୁରକ୍ଷା, ତାଙ୍କ
ପାଇଁ ଥିଲା ସୁଖ ସପନ,
ପ୍ରତ୍ୟେକ ମଣିଷ ଭିତରେ ଆତ୍ମମର୍ଯ୍ୟାଦା ସ୍ରୋତ
ତିଆରି କରିବାର ପ୍ରଯତ୍ନ ।
ଅବହେଳିତ ମଣିଷର ଅଧିକାର ନିମିତ୍ତ ସବୁ
ସଙ୍ଘର୍ଷରେ ଥିଲା ସମର୍ଥନ
ସମସ୍ତ ବଂଚିତ ମଣିଷ ସହ ଏକାତ୍ମ ହେବାର
ଥିଲା ତାଙ୍କ ବ୍ୟାକୁଳପଣ ।
ଭବିଷ୍ୟତେ ଇତିହାସ ସାକ୍ଷୀ ହୋଇ ରହିବ
ନିପୀଡ଼ିତ ମଣିଷଙ୍କ ପାଇଁ
କି,ପରି ଏକାତ୍ମ ହୋଇଥିଲେ ନିଜର ସର୍ବନିମ୍ନ
ସୁଖସୁବିଧାକୁ ଛାଡି ଦେଇ ।
ଜନମିଲେ ୧୯୪୨ ମସିହା ଦାର୍ଜିଲିଂ ଜିଲ୍ଲା
ର ହାତୀଘସି ଗ୍ରାମରେ
ପିତା ବରଇ ମୁଣ୍ଡା ଓ ମାତା ହିମସାରୀଙ୍କ
ପ୍ରଥମ ସନ୍ତାନ ହିସାବରେ ।
କୃଷକ ଉପରେ ଶୋଷଣ, କୃଷକର ସନ୍ତାନ
ରୂପେ ସେ ଅଙ୍ଗେ ନିଭାନ୍ତି,
ସେମାନଙ୍କ ଦୁଃଖ ଯନ୍ତ୍ରଣା ବିରୁଦ୍ଧେ ସଂଘର୍ଷ
ରେ ସେ ତ ସାମିଲ ହୁଅନ୍ତି ।
ଯେବେ ନିପୀଡ଼ିତ ମଣିଷଙ୍କୁ ନେଇ ଆତ୍ମ
ପ୍ରଚାରର ରାଜନୀତି ଚାଲିଛି
ସେବେଳେ, ସେମାନଙ୍କ ଲହୁ ଲୁହ ସହ
ଏକାକାର ହେବା ଜନତା ଦେଖୁଛି ।
ଏତେ ବେଶି ଏକାତ୍ମ ଥିଲେ ଦଳିତ ଓ
କୃଷକମାନଙ୍କ ଆନ୍ଦୋଳନରେ
ଯୋଗ ଦେଉଥିଲେ ନିଜର ପନ୍ଦର ଦିନ
ର ସନ୍ତାନକୁ ବାନ୍ଧିଣ ପିଠିରେ ।
ସଂଘର୍ଷରୁ ସେ ନାରୀ ଅସ୍ମିତାର ଜାଗରଣ
ସମ୍ଭବ କରେଇ ପାରିଥିଲେ
"ମହିଳା ସଂଘର୍ଷ ସମିତି " ଗଠନ କରି
ସେମାନଙ୍କୁ ସାମିଲ କଲେ ।
ଜୀବନକୁ ପାଣି ଛଡ଼େଇ କାମ କରିଛନ୍ତି
୧୯୭୨ରୁ ୧୯୭୭ ମସିହାରେ
ନେପାଳ, ବିହାର, ପଶ୍ଚିମବଙ୍ଗ, ଇସଲାମପୁର,
ଜଲପାଇଗୁଡ଼ି ସ୍ଥାନରେ ।
ଦେଶରେ ଜରୁରୀ କାଳୀନ ପରିସ୍ଥିତିରେ
ଚାଲିଥିଲା ରାଷ୍ଟ୍ରର ଦମନ
ରାଜରାସ୍ତାରେ ମହିଳା ପ୍ରତିବାଦ କରିବା ହୁଏ
ଏକ ବିରଳ ଉଦାହରଣ ।
ରାଷ୍ଟ୍ରୀୟ ସନ୍ତ୍ରାସକୁ ଖାତିର୍ ନକରି ଚାଲନ୍ତି
ନାଗରିକ ମର୍ଯ୍ୟାଦାର ଲଢେଇରେ
ଏବେ ମଧ୍ୟ ଅନେକ ଆନ୍ଦୋଳନ ସହ କାର୍ଯ୍ୟ
କରିଆସୁଛନ୍ତି ଉତ୍ତର ବୟସରେ
ସାଧାରଣ ଜନତାଙ୍କ ବଞ୍ଚିବାର ପାଇଁ ବିଦ୍ରୋହ
ର ସୂତ୍ରଧର ଶାନ୍ତି ମୁଣ୍ଡାଙ୍କୁ
ମୁଁ ଚିତ୍ତ ରଂଜନ ନନ୍ଦ ଜଣାଏ ସନମାନ ଅଶି
ପର ବୟସର କ୍ରାନ୍ତିକାରୀଙ୍କୁ ।
