Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

କର ପ୍ରକୃତିର ପୂଜା

କର ପ୍ରକୃତିର ପୂଜା

1 min
310



ହୁ ହୁ ହୋଇ ବଢ଼େ ତାପମାତ୍ରା

ଋତୁ ହେଉନାହିଁ ଜାଣି,

ଶୀତ ଦିନେ ଝାଳ ବହେ ଗମଗମ

ବର୍ଷାରେ ଝରେନା ପାଣି ।


ଶରତ ବସନ୍ତ ଅନୁଭବ ନାହିଁ

ଗ୍ରୀଷ୍ମ ତ ଦେଉଛି ଦହି,

ଏଡ଼ିକି ପ୍ରଖର ସୂର୍ଯ୍ୟଙ୍କ କିରଣ

ହେଉନାହିଁ ଜମା ସହି ।


ତା' ସାଥିରେ ଅଦିନିଆ ବିଜୁଳି ଓ

ବଜ୍ରପାତ ଘନଘନ,

ଅଂଶୁଘାତ, ବାତ୍ୟା ନେଇ ଯାଉଅଛି

କେତେ ଅମୂଲ୍ୟ ଜୀବନ ।


ଜଙ୍ଗଲ କାଟିକି ପଦା କରିଲେଣି

କଳ କାରଖାନା ଠୁଳ,

ଅବଶ୍ୟ ଲୋକଙ୍କୁ ରୋଜଗାର ଦିଏ

ଅର୍ଥ ହିଁ ସବୁଠି ମୂଳ ।


ପଇସା ଅଭାବେ ଚଳିବା ମୁସ୍କିଲ

ଧନୀରୁ ଗରିବ ଯାଏ,

ପରିବେଶ ସନ୍ତୁଳନ ରକ୍ଷା ହେଲେ

ସମସ୍ୟା ଯାଆନ୍ତା ଛାଏଁ ।


ନିଜ ରୀତି ନୀତି ପାଳନ ସହିତ

କଲେ ପ୍ରକୃତିର ପୂଜା,

ପ୍ରକୋପରୁ ତା'ର ବର୍ତ୍ତିଯିବ ବିଶ୍ଵ

ଥିବ ଋତୁଚକ୍ର ମଜା ।


Rate this content
Log in

Similar oriya poem from Action